ଅବସରପ୍ରାପ୍ତ ଏଲିମେଣ୍ଟାରୀ ଶିକ୍ଷକ ସଂଘର ବାର୍ଷିକ ସମ୍ବିଳନୀ...
ବରଗଡ଼---- ଶିକ୍ଷକ ସମାଜର ସେବା ପ୍ରଦାନକୁ ନେଇ ଅତାବିରା ଏନଏସି ସ୍ଥିତ ଶିକ୍ଷକ ଭବନଠାରେ ବ୍ଲକର ଅବସର ପ୍ରାପ୍ତ ଏଲିମେଣ୍ଟାରୀ ଶିକ୍ଷକ ସଂଘର ବାର୍ଷିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଘ ତଥା ବରିଷ୍ଠ ନାଗରିକ ସଂଘର ସଭାପତି ବେଣୁଧର ମିଶ୍ର ସଭାପତିତ୍ୱ କରିଥିଲେ ।ଏହି ସମ୍ବିଳନୀରେ ପ୍ରଥମେ ଜାତୀୟ ସଙ୍ଗୀତ ଗାନ କରିବା ପରେ ୨୦୧୯/୨୦ ରେ ମୃତ୍ୟୁ ବରଣ କରିଥିବା ଶିକ୍ଷକ ସ୍ବର୍ଗତ ଦୁର୍ଲ୍ଲଭ ପ୍ରଧାନ, ଅନିରୁଦ୍ଧ ରଥ,ପଦ୍ମଲୋଚନ ଦେବତା, ଗୌରହରି ଦାଶଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ଏହା ପରେ ପ୍ରତି ବର୍ଷ ପରି ଚଳିତ ବର୍ଷ ୮୦ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ଅବସର ଶିକ୍ଷକ ମାନଙ୍କ ପାଦ ଧୌତ ପୂର୍ବକ ପୁଷ୍ପ ମାଲ୍ୟ ଅର୍ପଣ ସହ ଶିକ୍ଷକ ସମାରୁ ନାଏକ,ନୃପତି ସାହୁ,ଜଗନ୍ନାଥ ହୋତା ଓ ପ୍ରେମରାଜ ପତି ପ୍ରମୁଖଙ୍କୁ ଉତ୍ତରୀୟ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସମ୍ବିଳନୀରେ ଗୁରୁ ବନ୍ଦନା ପରେ ସଭାକାର୍ଯ୍ୟ ଆୟୋଜିତ ସଂଘର ସଂପାଦକ ଯାଚକେଶ୍ୱର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଏହି ଅବସରରେ ଲରମ୍ଭା ମହାବିଦ୍ୟାଳୟର ଅବସର ଅଧ୍ୟକ୍ଷ ନେପାଳ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବରଗଡ଼ ପଞ୍ଚାୟତ ମହା ବିଦ୍ୟାଳୟର ଅଧ୍ୟାପକ ଉମେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନିଜ ଅଭିଭାଷଣରେ ଶିକ୍ଷକ ମାନଙ୍କ ସେବା କରିବା ଆମର ମୁଖ୍ୟ କର୍ତବ୍ୟ ବୋଲି କହିଥିଲେ । ବରଗଡ଼ ଜିଲ୍ଲାରେ ଏପରି ଏକ ଜାତୀୟ ରାଜପଥ କଡରେ ୩୫ଲକ୍ଷ୍ୟ ଟଙ୍କାର ଏକ ଅତାବିରା ଶିକ୍ଷକ ଭବନ ଯେଉଁ ନିର୍ମାଣ ହୋଇଛି ତାହା ଜିଲ୍ଲା ଓ ରାଜ୍ୟ ପାଇଁ ସ୍ୱାଗତ ଯୋଗ୍ୟ ବୋଲି ମତ ପ୍ରକାଶ କରିଥିଲେ।ବର୍ତ୍ତମାନ ଶିକ୍ଷକ ଅଵସର ନେଲା ପରେ ଏପରି ଶିକ୍ଷକ ମାନଙ୍କ ସେବାରେ କାର୍ଯ୍ୟ କରିବାର ପଦକ୍ଷେପକୁ ସାରା ରାଜ୍ୟ ପାଇଁ ପ୍ରଶଂସନୀୟ ବୋଲି ଉଦବୋଧନ ଦେଇଥିଲେ।ବର୍ତ୍ତମାନ ଗୁଣାତ୍ମକ ଶିକ୍ଷା ଆଉ ନାହିଁ।ଯଦି ଗୁଣାତ୍ମକ ଶିକ୍ଷା ଆବଶ୍ୟକ ହେଉଛି ତାହେଲେ ଆମେ ସମାଜକୁ କିପରି ସୁଧାର କରିବା ସେ ଦିଗରେ ସମସ୍ତେ ମିଳିମିଶି ଏଥି ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେବା ଆମରି କର୍ତ୍ତବ୍ୟ ରହିଛି ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ।ଆଜିର ସମୟରେ ରାଜ୍ୟ ତଥା କେନ୍ଦ୍ର ସରକାର ବରିଷ୍ଠ ନାଗରିକ ତଥା ଅବସର ଶିକ୍ଷକ ମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି।ଏହି ଯୋଜନା ମାନଙ୍କରେ କିପରି ଭାବେ ବରିଷ୍ଠ ନାଗରିକ ତଥା ଶିକ୍ଷକ ମାନେ କିପରି ଲାଭାନ୍ବିତ ହୋଇପାରିବେ ସେ ଉପରେ ଗୁରୁତ୍ୱ ଆଲୋଚନା ହୋଇଥିଲା। ସଂଘର ମଙ୍ଗଲୁ ବିଶ୍ୱାଳ ମଞ୍ଚ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ସମ୍ବିଳନୀରେ ୩୫୦ଜଣ ଅବସର ଶିକ୍ଷକ ମଧ୍ୟରୁ ୨୩୫ଜଣ ଶିକ୍ଷକ ଯୋଗଦେଇ ନିଜ ନିଜର ଅସୁବିଧା ଗୁଡିକୁ ଉପସ୍ଥାପନା କରିଥିଲେ।ଉପସ୍ଥାପନା କରିବା ପରେ ସଂଘର ସଭାପତି ମିଶ୍ର ଏଗୁଡିକ ଉପରେ ଯଥା ଶୀଘ୍ର ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।କାର୍ଯ୍ୟକ୍ରମ ରେ ଭୋଳାନାଥ ପ୍ରଧାନ, କୁଞ୍ଜ ବିହାରୀ ତ୍ରିପାଠୀ,ହାରାଦନ ବାରିକ,ସତ୍ୟବାନ ଖମାରୀ,ଜାନକୀ ବଣିଆ,ଶାନ୍ତି ବରାଇ,ପୂର୍ଣ୍ଣ ମେହେର,କୈଳାଶ ପ୍ରଧାନ, ନାଭିଦତ୍ତ ବୁଡେକ,ବନମାଳୀ ବରିହା ପ୍ରମୁଖ ସକ୍ରିୟ ସହଯୋଗ କରିଥିବାବେଳେ ପାନୀବୁଡି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ