Breaking News

୧୯୯୫-୯୬ ବ୍ୟାଚର ବନ୍ଧୁ ମିଳନ

ବେଗୁ ନିଆ--- ବେଗୁନିଆ  ବ୍ଲକ ଅନ୍ତର୍ଗତ ବଡବେରଣାସ୍ଥିତ  ଡମଣୀ କୃପା ସୁରେନ୍ଦ୍ର ନାଥ ବିଦ୍ୟାପୀଠର ୧୯୯୫/୯୬  ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ  ରବି ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଏକ  ବନ୍ଧୁ ମିଳନ ଉତ୍ସବ  ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ  ସଂଯୁକ୍ତା ଶତପଥିଙ୍କ ସଭାପତିତ୍ୱରେ ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ବ୍ରଜବନ୍ଧୁ ନିଶଙ୍କ,ଶିକ୍ଷକ ରାମଚନ୍ଦ୍ର ମହାରଣା,ମନମୋହନ ମିଶ୍ର,ବେଣୁଧର ପଣ୍ଡା,ଶିକ୍ଷୟିତ୍ରୀ ସ୍ୱର୍ଣ୍ଣପ୍ରଭା ଦେବୀ ଓ ପ୍ରତିମା ମଞରୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି  ପୁରାତନ ଛାତଛାତ୍ର୍ରୀମାନେ ପରସ୍ପର ମଧ୍ୟରେ  ବିଗତ ଦିନର ଘଟଣାବଳୀକୁ ଉପସ୍ଥାପନ କରିଥିଲେ । ଏହି ସଭାରେ ଛାତ୍ର ଜଗବନ୍ଧୁ ମହାପାତ୍ର,ପ୍ରତାପ କୁମାର ମହାପାତ୍ର,ସନ୍ତୋଷ ଗୁରୁ,ଯୋଗେଶ୍ୱର ପଣ୍ଡା,ଉଦ୍ଧବ ନାୟକ,ଅଜୟ କୁମାର ପଣ୍ଡା,ବ୍ରହ୍ମାନନ୍ଦ ସ୍ୱାଇଁ,କୈଳାସ ବେହେରା,ଛାତ୍ରୀ ନିଳୀମା ଷଡଙ୍ଗୀ,ରୂପାଲି ମହାପାତ୍ର ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।   
   ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts