ହୃଦ ଘାତରେ ବ୍ୟବସାୟୀଙ୍କ ମୃତ୍ୟୁ
ଡେଲାଙ୍ଗ-- ଡେଲାଙ୍ଗ ଥାନା ଅନ୍ତର୍ଗତ ଘୋରଡିଆ ହାଟ ବଜାରରେ ଚା ଦେକାନ କରିଥିବା ଶିଶୁଆପଡା ଗ୍ରାମର ସୁବାଷ ଓରଫ ( ବୁବୁଲି ) ଦାସ (୫୪)ଙ୍କର ହୃଦ ଘାତରେ ମୃତ୍ୟୁ ହୋଇଯାଇଛି । ଏହି ମୃତ୍ୟୁ ଖବର ପ୍ରସାରିତ ହେବା ପରେ ରାଧା ମୋହନ ଦେବ ବ୍ୟବସାୟୀ ସଂଘ ପକ୍ଷରୁ ଘୋରଡିଆ ହାଟ ବଜାର ବନ୍ଦ ରହିଥିଲା । ସେ ଜଣେ ମେଳାପୀ, ବନ୍ଧୁବତ୍ସଳ ଓପରୋପକାରୀ ବ୍ୟକ୍ତି ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କ ଆତ୍ମାର ସଦଗତି ନିମେନ୍ତ ସଂଘ ପକ୍ଷରୁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି