Breaking News

ତେଜରାତି ଦୋକାନରୁ ଚୋରୀ

କୁଜଙ୍ଗ---- କୁଜଙ୍ଗ ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତ ତେନ୍ତୁଲିଆ ଛକଠାରେ ଥିବା ନବଘନ ସ୍ୱାଇଁଙ୍କ ତେଜରାତି ଦୋକାନରୁ ଗତକାଲି ରାତିରେ କେହି ର୍ଦୁବୁତ ତାଲାକାଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଓ କ୍ୟାସ୍‌ରୁ ୩୫୦୦ଟଙ୍କା ଚୋରିକରି ନେଇଛି । ଏ ସମ୍ପର୍କରେ ନବଘନ ସ୍ୱାଇଁ ଓ ବାବୁଲି ସ୍ୱାଇଁ କୁଜଙ୍ଗ ଥାନାରେ ଜଣାଇଛନ୍ତି ।  କୁଜଙ୍ଗ ପୋଲିସ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରି ତଦନ୍ତ ଜାରି ରଖିଛନ୍ତି । ଉକ୍ତ ତେଜରାତି ଦୋକାନୀ ନବଘନ ସ୍ୱାଇଁ ରାତି ୧୧ଘଟିକା ପରେ ଘରକୁ ଦୁଇଟା ରୁମ୍‌ରେ ୮ଟି ତାଲା ପକାଇ ଫେରିଯିବା ପରେ କେହି ଦୁବୁର୍ତ ଅର୍ଦ୍ଧ ରାତ୍ରରେ ଉକ୍ତ ତାଲା ୮ଟିକୁ କଟର ମେସିନ୍‌ରେ କାଟି ଲକ୍ଷାଧିକ ଟଙ୍କାର ରାସନ ସାମଗ୍ରୀ ଓ କ୍ୟାସ୍‌ରେ ଥିବା ୩୫୦୦ଟଙ୍କା ଚୋରି କରି ନେଇଛନ୍ତି । ଉକ୍ତ ତେଜରାତି ଦୋକାନକୁ ଲାଗି ଥିବା ଏକ ସାଇକେଲ୍ ରିପାରିଂ ଦୋକନରୁ ମଧ୍ୟ ତାଲା କାଟିଛନ୍ତି । ଆହୁରି ମଧ୍ୟ ଗତ କିଛି ମାସ ତଳେ  ତେନ୍ତୁଲିଆ ନିକଟବର୍ତୀ ପାଟପୁର ବଜାରରେ ଥିବା ଏକ ମୋବାଇଲ୍ ଦୋକାନରୁ ଚୋରି ହୋଇଥିଲା । ସେହିପରି ଗତକାଲି ପାଟପୁରର ବିଦିଆ ସାହୁଙ୍କର ଦୁଇଟି ଖାସି ଛେଳିକୁ ବାଇକ୍‌ରେ ଦୁଇଜଣ ଯୁବକ ନେଇ ପଳାଉଥିବା ବେଳେ ଚାନ୍ଦପୁର ପର୍ଯ୍ୟନ୍ତ ତାଙ୍କ ପଛରେ ସ୍ଥାନୀୟ ଯୁବକ ଗୋଡାଇବାରୁ ଉକ୍ତ ଖାସି ଚୋର ଖାସି ଦୁଇଟିକୁ ଚାନ୍ଦପୁର ନିକଟରେ ଫୋପାଡି ଦେଇ ଦୃତ ଗତିରେ ପଳାଇଥିଲେ । ପୋଲିସ୍‌ର ନିଷ୍କ୍ରିୟତା ଯୋଗୁ ଦିନକୁ ଦିନ ଗ୍ରାମାଞ୍ଚଳରେ ନିସାଶକ୍ତ ଉଦ୍‌ଭ୍ରାନ୍ତ ଯୁବକ ମାନେ ଗାଁ ଗହଳିରେ ଚୋରି ରାହାଜାନି ଛିନ୍‌ତାଇ ଭଳି କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି । ଯାହା ଫଳରେକି ଗ୍ରାମ ମାନଙ୍କରେ ଅଶାନ୍ତ ବାତାବରଣ ସୃଷ୍ଟି କରୁଛନ୍ତି ବୋଲି ବୁଦ୍ଧିଜୀବି ମାନେ ପ୍ରକାଶ କରିଛନ୍ତି ।
 ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

Blog Archive

Popular Posts