ମା ମଙ୍ଗଳା ଚମ୍ପିୟାନ କ୍ରିକେଟ ମ୍ୟାଚ : କ୍ୱାର୍ଟର ଫାଇନାଲରେ ଏସ, ସି, ସି କ୍ରିକେଟ ଦଳ
ଓଡ଼ଗାଁ----- ୩୧ତମ ମା ମଙ୍ଗଳା ଚମ୍ପିୟାନ ଟ୍ରଫି ଦ୍ଵିତୀୟ ଦିନରେ କ୍ୱାଟର ଫାଇନାଲରେ s.c.c.କ୍ଲବ ଲେଙ୍କୁଡ଼ିପଡା ପ୍ରବେଶ କରିଛି । ସ୍ଥାନୀୟ ଶତୃଘ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଡ଼ିଆରେ ଚାଲିଥିବା ୩୧ତମ ମଙ୍ଗଳା ଚମ୍ପିଆନ ଟ୍ରଫିର ଦ୍ଵିତୀୟ ଦିନରେ ଏସ .ସି.ସି କ୍ଲବ ଲେଙ୍କୁଡ଼ିପଡା ଓ ଏନ .ଏ.ସି ଓଡ଼ଗାଁକୁ ୩୯ ରନରେ ହରାଇ କ୍ୱାଟର ଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ଏସ.ସି.ସି ଲେଙ୍କୁଡ଼ିପଡା କ୍ଲବ ଟସ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୨୦ ଓଭରରେ ୧୪୫ ରନ ସଂଗ୍ରହ କରିଥିଲେ । ଜବାବରେ ୧୪୫ ରନର ବିଜୟ ଲକ୍ଷ୍ୟ ର ପିଛା କରି ଏନ.ଏ.ସି ଓଡ଼ଗାଁ ସମସ୍ତ ଉଇକେଟ ହରାଇ ମାତ୍ର ୧୦୬ ରନ କରିବାରେ ସକ୍ଷମ ହୋଇଥିଲେ। ଏସ.ସି.ସି କ୍ଲବ ଲେଙ୍କୁଡ଼ିପଡା ତରଫରୁ ସିଲୁ ୪୩ ବଲ ଖେଳି ୫୬ ରନ କରିଥିବାବେଳେ ଲିଟୁ ୪ ଉଇକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।ଆଜିର ମ୍ୟାଚର ମୁଖ୍ୟ ଅତିଥି ଭାବରେ ସମାଜସେବି ଈଶ୍ୱର ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
କୁରାଳ / ଓଡ଼ଗାଁ ରୁ ଅର୍ଜୁନ ସାହୁ