ଗୋପାଳନା ତାଲିମ ଶିବିର
ବରୀ--- ବରୀ ପ୍ରାଣୀ ଚିକିତ୍ସାଳୟ କକ୍ଷରେ ଗୋପାଳନ ନିମନ୍ତେ ୫ଦିନିଆ ଦକ୍ଷତା ବୃଦ୍ଧିର ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଏହି ଶିବିରଟି ୨୬ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଶିବିରରେ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡଃ ସରୋଜ କୁମାର ସାହୁ ,ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡଃ ସଚ୍ଚିଦାନନ୍ଦ ପଣ୍ଡା ,ବରୀ ପ୍ରାଣୀ ଚିକିତ୍ସାଧିକାରୀ ଡଃ ସତ୍ୟରଂଜନ ରାଉତ,ବିଂଝାରପୁରୀ ଗାଈର ପାଳନ ଏବଂ ଏହାର ଦୁଗ୍ଧ ଉତ୍ପାଦନ ବୃଦ୍ଧି ଘଟାଇବା ଉପରେ ବିଂଝାରପୁରି ଗାଈ ପ୍ରୋତ୍ସାହନ ଉତ୍ପାଦକ ସମିତିର ସମ୍ପାଦକ ସୁକାନ୍ତ ବିଶ୍ୱାଳ ଯୋଗଦେଇ ସୂଚନା ପ୍ରଦାନ କରିଥିଲେ । ଉକ୍ତ ଶିବିରରେ ଗାଈଙ୍କୁ ସୁରକ୍ଷିତ ରଖିବା ପାଇଁ କୈାଶଳ,ଟିକା କରଣ, କୃତ୍ତିମ ପ୍ରଜୋଜନ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ୩୦ ଜଣ ଚାଷୀଙ୍କୁ ଗୋପାଳନ ସମ୍ପର୍କରେ ବିଭିନ୍ନ ପ୍ରକାର ତାଲିମ ପ୍ରଦାନ କରାଯାଇଥିଲା ।
ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ
ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ