Breaking News

ସୁଆଣ୍ଡୋ ଗ୍ରାମକୁ ପୂର୍ତ୍ତ ବିଭାଗ ପକ୍ଷରୁ ଆଲୋକୀ କରଣ କରାଗଲା


ସାକ୍ଷୀଗୋପାଳ ---- ରାଜ୍ୟ ସରକାରଙ୍କ ୫ଟି ସଚିବ ସାକ୍ଷୀଗୋପାଳ ସୁଆଣ୍ଡୋ ଗ୍ରାମକୁ ଗସ୍ତ କରି ରାଜ୍ୟ ସରକାରଙ୍କ ଆଭିମୁଖ ଉପସ୍ଥିତ ଜନସାଧାରଣଙ୍କୁ ଜଣାଇଥିଲେ । ଗୋପବନ୍ଧୁଙ୍କ ଜନ୍ମପୀଠକୁ ଐତିହ୍ୟ ପୀଠ ଭାବେ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ନିସ୍ପତି ନେଇଥିବା ସମ୍ପର୍କରେ ଜଣାଇଥିଲେ । ଏହି ଅବସରରେ ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ , ପିଡିଙ୍କ ସହିତ ପୂର୍ତ୍ତିବିଭାଗର ବିଭିନ୍ନ ପଦାଧିକାରୀ ସୁଆଣ୍ଡୋ ଗ୍ରାମକୁ ଗସ୍ତ କରି ବିଭିନ୍ନ ଦିଗ ପ୍ରତି ଅନୁଧ୍ୟାନ କରୁଥିବା ଜଣାପଡିଛି । ମାତ୍ର ୫ଟିଙ୍କ ସଚ୍ଚିବଙ୍କ ଯୋଗୁ ଆଜି ସୁଆଣ୍ଡୋ ଗ୍ରାମକୁ ପୂର୍ତ୍ତ ବିଭାଗର ବିଦ୍ୟୁତ ଏସଡିଓ ରବୀନ୍ଦ୍ର ନାଥ ଦଳେଇଙ୍କ ତତ୍ୱବଧାନରେ ସୁଆଣ୍ଡୋ ବ୍ରିଜର ଦୁଇ ମୁଣ୍ଡରେ ଉଚ୍ଚ ସମ୍ପନ୍ନ ହାଇମାକ୍ସ ଲାଇଟି ଲଗାଯାଇଛି । ବ୍ରିଜ ମଧ୍ୟରେ ୬ଟି ଖୁଣ୍ଠ ତିଆରି କରାଯାଇ ଆଲୋକୀ କରଣ କରାଯିବ । ସୁଆଣ୍ଡୋ ବ୍ରିଜ ଠାରୁ ଗ୍ରାମରେ ଥିବା ସମସ୍ତ ବିଦ୍ୟୁତ ଖୁଣ୍ଠରେ ଲଇଟି ଲାଗାଯାଇଛି । ଯାହାକି ସୁଆଣ୍ଡୋ ଗ୍ରାମର ରୂପରେଖ ବଦଳିବାର ପ୍ରଥମ ଆଭାସ ମିଳିଛି ବୋଲି ଲୋକମାନେ କହନ୍ତି । ଅନ୍ୟ ପକ୍ଷେ ଦୁଖଃର ବିସୟ ଯେ ଜାତୀୟ ରାଜପଥରେ ସୁଆଣ୍ଡୋ ଗ୍ରାମ ଚିହ୍ନଟ କରାଯାଇ ପାରୁନାହିଁ । ଏପରିକି ଉକ୍ତ ରାସ୍ତା ଉନ୍ନୟନ କାର୍ଯ୍ୟ କରାଯାଉଛି । ୍‌ତାହ ଅତି ନିମ୍ନ ମାନର ସହିତ ଜାଣିଶୁଣି ମନ୍ଥର ଗତିରେ କରାଯାଉଛି ବୋଲି ଜଣାପଡିଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts