Breaking News

ମହାନଦୀ ପଠାରୁ ମାଟି ଉଠାକୁ ନେଇ ଉଭୟ ଗୋଷ୍ଠି ମୁହାଁ ମୁହିଁ : ଥାନାରେ ଏତଲା

କୁଜଙ୍ଗ--- କୁଜଙ୍ଗ ବ୍ଲକ ଅର୍ନ୍ତଗତ ଜିଲ୍ଲାନାସି ପଞ୍ଚାୟତର ଗ୍ରାମ ରାସ୍ତା ନିର୍ମାଣ ନିମନ୍ତେ ଜୟଶଂଖପୁର ଗ୍ରାମ ନଦୀ ପଠାରୁ ବାଲି ଉଠାକୁ ନେଇ ଉଭୟଗୋଷ୍ଠି ମୁହାଁ ମୁହିଁ ହେବା ସହ ଥାନାରେ ଅଭିଯୋଗ ।  ଗ୍ରାମରେ ଉକ୍ତ ଘଟଣାକୁ ନେଇ ରାଜନୀତି ଯୋର ଧରିଛି ।   ଗୋଟିଏ ଗୋଷ୍ଠିର ଅଭିଯୋଗ ଯେ ସରପଞ୍ଚଙ୍କ ନିର୍ଦ୍ଦେଶରେ  ବେଆଇନିଭାବେ ନଦୀପଠାରୁ ମାଟି ଉଠା ହେଉଛି ।  ଅନ୍ୟପକ୍ଷରେ ଗ୍ରାମ୍ୟ ରାସ୍ତାର ଉନ୍ନତୀ କରଣ ନିମନ୍ତେ  ପଞ୍ଚୟତର ମହିଳା ସଭ୍ୟା ଓ ସ୍ୱୟଂସହାୟକ ଗୋଷ୍ଠିକୁ ରାସ୍ତା ନିର୍ମାଣ  ଦାୟିତ୍ୱ  ନେଇଛନ୍ତି । ସମ୍ପୃକ୍ତ ମହିଳାମାନେ ନଦୀ ପଠାରୁ  ମାଟି ଉଠାଇବା ନିମନ୍ତେ ନଦୀ ପଠାରେ ମାଟି  ଆଣିବାକୁ ରାସ୍ତା ସଫା କରୁଥିବା ବେଳେ  ସେଠାରେ ପ୍ରସନ୍ନ ମହାପାତ୍ର , ପ୍ରଣୟ ମହାପାତ୍ର ଓ ରେଣୁବାଳା ବେହେରା ଆସି ରାସ୍ତାକାମ ବନ୍ଦ କରିବାକୁ କହି  ଅଶ୍ଲୀଳଭାଷାରେ ଗାଳି ଗୁଲଜ କରି  ଆକ୍ରମଣ କରିଥିବାର ଜୟଶଙ୍ଖପୁର ଗ୍ରାମର ଚିତ ରଂଜନ ବେହେରାଙ୍କ ପତ୍ନୀ ତଥା ୱାର୍ଡ ସଭ୍ୟା ଶୁଭଲକ୍ଷ୍ମୀ ବେହେରା  ଥାନାରେ  ଲିଖିତ ଅଭିଯୋଗ କରିଛନ୍ତି ।   ବିପିନ ମହାପାତ୍ର ତାଙ୍କ ୭୫ ବର୍ଷର ବୃଦ୍ଧା ମା କୁ ସରପଞ୍ଚଙ୍କ ପୁତ୍ର ମାଡ ମାରିଥିବା  ଅଭିଯୋଗ ଥାନାରେ କରିଛନ୍ତି । ଉଭୟ ପକ୍ଷରୁ ଏତଲାକୁ ଥାନା ଅଧିକାରୀ ଦିଲ୍ଲିପ ସାହୁ ଗ୍ରହଣ କରି ପୃଥକ ପୃଥକ ଭାବେ ମାମଲା ରୁଜୁ କରି ତଦନ୍ତ ଯାରିରଖିଛନ୍ତି । ଏଠାରେ ସୂଚନା ଯୋଗ୍ୟକି  ଗ୍ରାମର ଏକ ସରପଞ୍ଚ ବିରୋଧି ବ୍ୟକ୍ତି ଗ୍ରାମର ବିକାଶ ମୁଳକ କାର୍ଯ୍ୟକରିବାକୁ  ନ ଦେବା  ଓ  ଗ୍ରାମର ସାନ୍ତ ବାତାବରଣକୁ ଅସାନ୍ତ କରିବା ଯୋଗୁ ଜିଳ୍ଲାନାସି ପଞ୍ଚୟତର ଦୀର୍ଘ ଦିନଧରି ଉଭୟ ଗୋଷ୍ଠି ମଧ୍ୟରେ ଛକା ପଞ୍ଝା ଲାଗିରହିଛି ।  ଏ ସମ୍ପର୍କରେ ସରପଞ୍ଚ ପ୍ରମୋଦ ସ୍ୱାଇଁଙ୍କ ମତାମତ ନେବାରେ ସେ କୁହନ୍ତି ସାଧାରଣ ଗରିବ ଲୋକ ଗ୍ରାମରେ ଇନ୍ଦିରାଆବାସ ଘର ନିର୍ମାଣ ପାଇଁ ବାଲି ନେଉଛନ୍ତି । ଆହୁରି ମଧ୍ୟ ପଞ୍ଚୟତର ଉନ୍ନୟନ ରାସ୍ତା କାର୍ଯ୍ୟନିମନ୍ତେ ୱାର୍ଡ ସଭ୍ୟା ବାଲି ଉଠାଉଛନ୍ତି  । ଯେଉଁ ୭୫ ବର୍ଷର ବୃଦ୍ଧା ନିଜେ ଚାଲିବାକୁ ସକ୍ଷମ ନୁହେଁ ଏବଂ ସେ ମୋର ମା ସମାନ ଆମେ କାହିଁକି ତାକୁ ଆକ୍ରମଣ କରିବୁ  ବୋଲି ପ୍ରଶ୍ନ କରିଛନ୍ତି । ସରପଞ୍ଚଙ୍କ ଠାରୁ ହାରିଯାଇଥିବା ଏକ ଗାଁର  ଦୁର୍ନୀତି ଗ୍ରସ୍ତ ବ୍ୟକ୍ତି ଏଭଳି ଚକ୍ରାନ୍ତ କରି ବିକାଶ ମୁଳକ କାର୍ଯ୍ୟକୁ ବ୍ୟାହାତ କରିବା ସହ ପ୍ରତିଶୋଧ ପରାୟଣ ହୋଇ ଏଭଳି ବିବାଦିୟ କାର୍ଯ୍ୟ କରୁଛନ୍ତି  ଯାହା ଫଳରେ ପଞ୍ଚାୟତରେ ଏକ ଅସାନ୍ତ ବାତାବରଣ ଶୃଷ୍ଟି ହେଉଛି ବୋଲି ସେ କହନ୍ତି ।
 ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

Blog Archive

Popular Posts