Breaking News

ଆନନ୍ଦପୁର ଗ୍ରାମରେ ଅଷ୍ଟପ୍ରହରୀ ଓ ନାମଯଜ୍ଞ


ସାକ୍ଷୀଗୋପାଳ-- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ଆନ୍ଦନପୁର ଗ୍ରାମରେ ଆଜକୁ ପ୍ରାୟ ୨୦ ବର୍ଷ ହେବ ଅଷ୍ଟପ୍ରହରୀ ଓ ନାମଯଜ୍ଞ ଅନୁଷ୍ଠିତ ହେଉଛି । ଏହା ତିନି ଦିନ ଧରି ଅନୁଷ୍ଠିତ ହେବ । ଗୁରୁବାର ଅପରାହ୍ନରେ ନଗର କୀର୍ତ୍ତନ ଓହ ଯମୁନା ଗାଧୁଆ ପର୍ବ ପାଳିତ ହେବ । କଥାରେ ଅଛି ହରିନାମ ଯେତେ ଦୂର ଯାଏଁ ଯିବ ସେତେ ଦୁର ପର୍ଯ୍ୟନ୍ତ ପାପ ବିନାଶ ହେବ । ଏଥିଯୋଗୁ ବିଭିନ୍ନ ଗ୍ରାମରୁ ୮ ଟି  ସଂକୀର୍ତ୍ତନ ଦଳ ଏଥିରେ ସାମିଲ ହୋଇ ହରିନାମ ବା ନାମଯଜ୍ଞ କରୁଛନ୍ତି । ଏଥିଯୋଗୁ ଗ୍ରାମରେ ଆମିଷ ନିଷେଧ କରାଯାଇଛି । ସମସ୍ତ ଘର ଆଗରେ ପୂର୍ଣ୍ଣକୁମ୍ଭ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଛି । ବାବାଜି ମହେଶ୍ୱର ଦାସ ପୂଜା ନୀତିକାନ୍ତି କରୁଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି  

Blog Archive

Popular Posts