ଚିନ୍ତାମଣିର ନୂଆ ଚାଷ ସୂର୍ଯ୍ୟମୁଖି
ବରୀ--- ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯାଜପୁର ବ୍ଲକ ସାହାସପୁର ପଞ୍ଚାୟତ ସାହାସପୁର ଗ୍ରାମର ଚିନ୍ତାମଣି ପରମାଣିକ ଗହମ ଚାଷକୁ ଗୁରୁତ୍ୱ ଦେଉଛନ୍ତି । ଗହମର ଚାହିଦା ଦିନକୁ ଦିନ ବୃଦ୍ଧି ପାଇଥିବାରୁ ନିଜ ଜମିରେ ଗହମ ଚାଷ କରୁଛନ୍ତି । ଚିନ୍ତାମଣି ପିଲାଟି ବେଳୁ ଚାଷକୁ ଆଦରି ଜଣେ ସଫଳ ଚାଷୀ ହିସାବରେ ଆଜି ବେଶ ପରିଚିତ ହୋଇପାରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ସତ୍ୱେ ଚାଷରୁ ନିଜକୁ ଦୂରେଇ ରଖି ନାହାଁନ୍ତି । ଗତ ବର୍ଷ ନିଜ ଜମିରେ ରେଶମ ଚାଷ କରି ଲୋକ ଲୋଚନକୁ ଆସିଥିଲେ ।ଚଳିତ ବର୍ଷ ଗହମ ଚାଷ କରିବା ସହ ପନିପରିବା ଚାଷ କରି ଦି ପଇସା ରୋଜଗାର କରୁଛନ୍ତି । ଖାଲି ସେତିକି ନୁହେଁ ଏବେ ନିଜ ଜମିରେ ସୂର୍ଯ୍ୟମୁଖୀ ଓ ପୋଦିନା ଚାଷ କରିଥିବା ଦେଖିବାକୁ ମିଳିଛି । ଚାଷ ଜମିରେ ପାଣିର ସୁବନ୍ଦୋବସ୍ତ କରିବା ସହ ରାଜ୍ୟ ସରକାରଙ୍କ ପ୍ରଦତ୍ତ ଜଳନିଧି ଯୋଜନାରେ ଅଗଭୀର ନଳକୂପ ଖନନ କରି ମଟର ଲଗାଇ ଚାଷ ଜମିକୁ ପାଣି ମଡ଼ାଇବାର ବ୍ୟବସ୍ଥା କରିଛନ୍ତି । ସୂର୍ଯ୍ୟମୁଖି ଓ ପୋଦିନା ଚାଷ କରି ନିଜକୁ ବେଶ ଆନନ୍ଦ ପାଇଛନ୍ତି ବୋଲି ଚିନ୍ତାମଣି କହିଛନ୍ତି
ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ
ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ