Breaking News

ମାଳିକା ପ୍ରସିଦ୍ଧ ମୁନି ଗୋସାଇଁ ମଠରେ ବିଶ୍ୱଶାନ୍ତି ମହାଯଜ୍ଞ

କୁଜଙ୍ଗ--- କୁଜଙ୍ଗର ବଳରାମପୁର ଗ୍ରାମରେ ମାଳିକା ପ୍ରସିଦ୍ଧ ତଥା ଐତିହାସିକ ପୀଠ ଜଇଁତା ଗାଦି ଥିବା ମୁନିଗୋସାଇଁ ମଠରେ ସିଦ୍ଧ ଶାରଳା ସାଧକ ବାବା ଧନେଶ୍ୱର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଜି  ଠାରୁ ୪ ତାରିଖ ପର୍ଯ୍ୟନ୍ତ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି ।  ଏଥିରେ ଶୋଳ ମଣ୍ଡଳର ସାଧୁ, ସନ୍ଥ, ମଠ ମହନ୍ତ ଓ ଭକ୍ତ ମାନେ ଯୋଗଦେବେ । ସେହିପରି ତ୍ରିସୁଂଘ ଓ ତ୍ରିନେତ୍ର ଥିବା ଏକ ଗୋମାତା ଏହି ଯଜ୍ଞରେ ପଦାର୍ପଣ କରିବେ । ଉକ୍ତ ଗୋମାତା ଗୋପୁଜା ସେବା କରିବା ନିମନ୍ତେ ଶ୍ରଦ୍ଧାଳୁ ଭକ୍ତମାନଙ୍କର ପରିଲକ୍ଷିତ ହେବ ବୋଲି ବାବା ଧନେଶ୍ୱର ଦାସ ପ୍ରକାଶ କରିଛନ୍ତି । ସେହିପରି ପ୍ରତ୍ୟେକ ଦିନ ପ୍ରବଚନ, ଭଜନ ଓ ଲଉଡି ଯାତ୍ରା ପ୍ରଭୃତି ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ବାବା ଶ୍ରୀ ଦାସ କହିଛନ୍ତି ।
 ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର  

Blog Archive

Popular Posts