ଶଶ୍ମାନ ଘାଟ ସାଜିଛି ଏବେ ମୃତ୍ୟୁର ଘାଟ....
ବରଗଡ଼----ସରକାରଙ୍କ ଯୋଜନା ଜନ୍ମ ଠୁଁ ମୃତ୍ୟୁ ପର୍ଯ୍ୟନ୍ତ ରହିଛି ।କିନ୍ତୁ ଯୋଜନା ଏଠି ସମ୍ପୂର୍ଣ୍ଣ ଅଲଗା ବିକାଶ ନାଁ ରେ ବିନାଶ ଯୋଜନା ଆରମ୍ଭ ହୋଇଛି।କେତେକ ନିଜ ସ୍ୱାର୍ଥବାଦୀ ଅସାଧୁ ପ୍ରଶାସନିକ ଅଧିକାରୀ ଓ ଲୁଟିଆ ଠିକାଦାର ମାନଙ୍କ ସଲସୁତୁରାରେ ଅତି ନିମ୍ନ ମାନର କାମସହ ଅର୍ଥ ହରି ଲୁଟ କରି ବିନାଶ ଯୋଜନାର ଉନ୍ମୋଚନ ହୋଇଛି । ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ପତ୍ରାପାଲି ନାଳିଆ କଡରେ ଥିବା ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଛି ସ୍ଵର୍ଗଦ୍ଵାର ଘାଟ । କିଛି ମାସ ନପୁରୁଣୁ ସ୍ୱର୍ଗଦ୍ୱାର ସମ୍ପୂର୍ଣ୍ଣ ଭାଙ୍ଗି ବିପଦକୁ ଆମନ୍ତ୍ରଣ କରି ପଡିରହିଛି। ଏ ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ପଞ୍ଚାୟତ ବିଭାଗ ଅଧିକାରୀଙ୍କ ଦୂଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କିଛି ନଜାଣିଲା ଭଳି ଚୁପ ରହୁଛନ୍ତି । ଏହାର ରହସ୍ୟ କଣ ରହିଛି ବୋଲି ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଜୀବନର ଶେଷ ନିଶ୍ୱାସ ପରେ ଧନୀ ଗରିବ,ନେତା, ମନ୍ତ୍ରୀ ଛୋଟ,ବଡ଼ ଓ କଞ୍ଚା,ପାକଲା ଯିଏ ହଉ ନାଁ କାହିଁକି ସମସ୍ତଙ୍କ ପାଇଁ ଅନ୍ତିମ ଯାତ୍ରା ହୋଇଥାଏ ଏଇ ସ୍ୱର୍ଗଦ୍ୱାର । କିନ୍ତୁ ସ୍ୱର୍ଗଦ୍ୱାରକୁ ବାଟ ନଥିବାବେଳେ ଶବ ଦାହ କରୁଥିବା ସ୍ଥାନଭାଙ୍ଗି ଗର୍ତ୍ତ ହୋଇ ଯିବାରୁ ସ୍ୱର୍ଗଦ୍ୱାର ମରଣଦ୍ୱାର ଭାବେ ପରିଣତ ହୋଇଛି।ତେବେ ଦେଖାଯାଉ ପ୍ରଶାସନ ନଜର ଏଥିପ୍ରତି କେବେ ପଡୁଛି।