Breaking News

ଗୋଚର ଓ ଠାକୁରାଣୀଙ୍କ ଯ।।ଗାରେ ଘର ତୋଳାକୁ ନେଇ ଗ୍ରାମରେ ଉତ୍ତେଜନା; ଥାନା ଓ ତହସିଲରେ ଅଭିଯୋଗ


ସାକ୍ଷୀଗୋପାଳ ----   ସତ୍ୟବାଦୀ ଥାନା ଅନ୍ତର୍ଗତ ଶୁକଳ ଗ୍ରାମ ପଞ୍ଚାୟତର ମାର୍କଣ୍ଡପଡା ଗ୍ରାମର କ୍ଷେତ୍ରପାଳି ଠାକୁରାଣୀ ଓ ଗୋଚର ଜମିରେ  ଘର ତୋଳାକୁ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ଏହାକୁ ନେଇ ସତ୍ୟବାଦୀ ଥାନା ଓ ତହସିଲରେ ମାର୍କଣ୍ଡପଡା ଗ୍ରାମବାସୀଙ୍କ ପକ୍ଷରୁ ଏକାଦଶୀ ପ୍ରଧାନ ଓ ପ୍ରଭାକର ସେନାପତି ଲିଖିତ ଅଭିଯୋଗ କରିଛନ୍ତି ।   ପୋଲିସ  ସୁତ୍ରରୁ ପ୍ରକାଶ ଯେ ଉକ୍ତ ଗ୍ରାମର କେଳୁ ଚରଣ ବାରିକ ଗ୍ରାମବାସୀଙ୍କ ଠାକୁରାଣୀ ଓ ଗୋଚର ଜମିରେ ଜୋର ଜବରଦସ୍ତ ଘର ନିର୍ମାଣ କରୁଛନ୍ତି । ଏହାକୁ ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ସ ସମ୍ପାଦକ ଗୃହ ନିର୍ମାଣ ନ କରିବା ପାଇଁ ବାରଣ କରିବାରୁ କେଳୁ ବାରିକ ଓ ତାଙ୍କ ପୁତ୍ର କେଦାର ବାରିକ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହ ତମ ହାତରେ ଯାହା ହେବ ତାହା କରିବ ବୋଲି କହିଥିଲେ । ଏହାକୁ ନେଇ ସେଠାରେ ଚାପ ଉତ୍ତେଜନା ପ୍ରକାଶ ପାଇଛି । ଶେଷରେ ସମୂହ ଗ୍ରାମାବସୀ ମାନେ ଥାନାରେ ଲିଖିତ ଭାବେ ଜଣାଇଥିବାର ଜଣାପଡିଛି । ସତ୍ୟବାଦୀ ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଜାରି ରଖିଛି ।
 ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ 

Blog Archive

Popular Posts