Breaking News

ବେଗୁନିଆ ଥାନା ଅଞ୍ଚଳରେ ବେଧଡକ ଚାଲିଛି ବ୍ରାଉନ ସୁଗାର,ଗଞେଇ ଓ ମଦ ବେପାର

ବେଗୁନିଆ---- ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳ ଏବେ  ସମ୍ପୂର୍ଣ୍ଣ ଧଳା ଓ କଳା ଜହର ବଳୟରେ ।ଗ୍ରାମର ବିଭିନ୍ନ ଛକ,ବଜାର ଗଳି କନ୍ଦିରେ  ବ୍ରାଉନସୁଗାର,ଗଞେଇ,ଦେଶୀ ଓ ବିଦେଶୀ ମଦ ଅବାଧରେ ବିକ୍ରୀ ଚାଲିଛି । ଏହି ମାରାତ୍ମକ ନିଶାଦ୍ରବ୍ୟ ସେବନ କରିବାକୁ  ଯୁବପିଢୀ  ପାଗଳପ୍ରାୟ ହୋଇ ଯାଉଛନ୍ତି । ଚୋରା ନିଶା ବ୍ୟବସାୟୀମାନେ ଏହିସବୁ ନିଶାଦ୍ରବ୍ୟ ଅବାଧରେ ବିକ୍ରୀ କରିଆସୁଥିଲେ ମଧ୍ୟ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ସେମାନଙ୍କ ଉପରେ ସେଭଳି ଆଖିଦୃଶିଆ ଚଢାଉ କରା ଯାଉନଥିବାରୁ  ଏ ନେଇ ବିଭିନ୍ନ ମହଲରେ ଘୋର ଉଦବେଗ ପ୍ରକାଶ ପାଇଛି । ଚା,ପାନ ଦୋକାନ ଗୁଡିକରେ ବ୍ରାଉନସୁଗାର ଓ ଗଞେଇଭର୍ତି  ସିଗାରେଟ ଖୁଲମଖୁଲା  ବିକ୍ରୀ କରା ଯାଉଛି । ଯୁବପୀଢି ବ୍ରାଉନସୁଗାର ସେବନ କରି ପଥଭ୍ରଷ୍ଟ ହୋଇ ନିଶାସକ୍ତ ଅବସ୍ଥାରେ ବିଭିନ୍ନ ଅପରାଧ ଘଟାଇବାକୁ  ମଧ୍ୟ ପଛାଉ ନାହାନ୍ତି ।ନିଶାବେପାରୀଙ୍କ ଠାରୁ ସ୍ଥାନୀୟ ଅବକାରୀ ଓ ପୋଲିସ ବଟି ନେଉଥିବା ଜନସାଧାରଣ କହୁଛନ୍ତି । ନିଜର ଟାରଗେଟ ପୂରଣ କରିବା ପାଇଁ  ବର୍ଷକୁ ଥରେ ଅଧେ  ନିର୍ଦ୍ଦିଷ୍ଟ କିଛି ଚୋରା ନିଶା ବେପାରୀଙ୍କୁ ଗିରଫ କରି ନିଜର ଦାୟିତ୍ୱ ସାରିଦେଉଥିବାର କୁହା ଯାଉଛି ।ଏପରିକି  ବାହାର ଜିଲ୍ଲାର ନିଶା ବେପାରୀମାନେ ପୋଲିସକୁ ହାତ କରି ଦେଶୀ ମଦର ବେପାରକୁ ଏହି ଅଞ୍ଚଳରେ ବଜାୟ ରଖିବାରେ ସକ୍ଷମ ହେଉଛନ୍ତି । ଚୋରା ନିଶା ବ୍ୟବସାୟୀଙ୍କ ଉପରେ ଚଢାଉକୁ ଅଧିକ ଜୋରଦାର କରିବାକୁ ସାଧାରଣରେ ଦାବୀ ହେଉଛି ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା 

Blog Archive

Popular Posts