Breaking News

ସରସ୍ୱତୀ ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ

ବେଗୁନିଆ---- ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ ସରସ୍ୱତୀ ଶିଶୁ ମନ୍ଦିରରେ ରବିବାର ଅପରାହ୍ନରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ମାତୃପୂଜନ କାର୍ଯ୍ୟକ୍ରମ କରାଯାଇଥିଲା ।  ଅନୁଷ୍ଠାନର ସଭା ଗୃହରେ ଆୟୋଜିତ ସଭାରେ ସଭାପତି ମାନସ ରଞନ ଦାଶ ଅଧ୍ୟକ୍ଷତା କରିଥିଲେ । ଏଥିରେ ପ୍ରଧାନ ଆଚାର୍ଯ୍ୟ ମନୋରଞନ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ ମୁଖ୍ୟ ଅତିଥି,ଶିକ୍ଷାବିତ୍ କୁଳମଣି ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶିଶୁ ମନର ଭାଷାକୁ ପ୍ରଥମେ ମା’ହିଁ  ବୁଝିପାରେ ବୋଲି ମତବ୍ୟକ୍ତ କରିଥିଲେ । ତେଣୁ ଶିଶୁର ଦକ୍ଷତା,ଆଗ୍ରହ ଓ ରୁଚିକୁ ମା’ମାନେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଶ୍ରୀକାନ୍ତ କୁମାର ବାହିନୀପତି ଓ ସଭ୍ୟ ପ୍ରସନ୍ନ କୁମାର ମହାପାତ୍ର ନିଜ ନିଜର ମତ ଉପସ୍ଥାପନ କରିଥିଲେ । ପରେ ମା’ମାନଙ୍କ ମଧ୍ୟରେ ହୋଇଥିବା ଦୌଡ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ମା ମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସମସ୍ତ ଗୁରୁମା,ଗୁରୁଜୀ ମାନେ ପରିଚାଳନା କରିଥିଲେ । 
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts