ଦ୍ବିତୀକେଶ୍ୱର ମନ୍ଦିର ପ୍ରାଙ୍ଗଣ ସଫେଇ କଲେ ଜିଲ୍ଲା ପରିଷଦ ସଭ୍ୟ ଓ ଯୁବକ ସଂଘ
ଓଡ଼ଗାଁ ---- ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକର ରବିଗାଡିଆ ପଞ୍ଚାୟତର ଜାମୁପାଟଣା ଗ୍ରାମର ଦ୍ବିତୀକେଶ୍ୱର ମନ୍ଦିର ପ୍ରାଙ୍ଗଣ ଜିଲ୍ଲା ପରିଷଦ ସଭ୍ୟ ଏବଂ ବୀଣାପାଣି ଯୁବକ ସଂଘ ଆନୁକୂଲ୍ୟରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ମହାଶିବରାତ୍ରି ପରେ ମନ୍ଦିର ପରିସର ସମ୍ପୂର୍ଣ୍ଣ ରୂପେ ଅପରିଷ୍କାର ତଥା ଆବର୍ଜନା ରେ ପରିପୂର୍ଣ ହୋଇ ପଡ଼ି ରହିଥିଲା । ଭଙ୍ଗା ଦୀପ,କାଗଜ ଠୁଙ୍ଗା ,ପଲିଥିନ ଫୁଲ, ବେଲପତ୍ରରେ ଭରପୁର ହୋଇ ଯାଇଥିଲା। ଗତ ୨୬ ତାରିଖରେ ୧ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ । ମନ୍ଦିର ପରିସରର ଏପରି ଅବସ୍ଥା ଦେଖି ସେ ବ୍ୟସ୍ତ ହୋଇପଡ଼ିଥିଲେ । ମନ୍ଦିର ପରିସର କିପରି ସ୍ଵଛ ଏବଂ ସୁନ୍ଦର ରଖାଯିବ ସେ ବିଷୟରେ ସ୍ଥାନୀୟ ଯୁବ ଗୋଷ୍ଠୀ ଓ ଅନ୍ୟ ଜିଲ୍ଲା ପରିଷଦ ଙ୍କ ସହିତ ଆଲୋଚନା କରିଥିଲେ । ଶେଷରେ ସ୍ଥାନୀୟ ବୀଣାପାଣି ଯୁବକ ସଂଘ ସହାୟତାରେ ଆଜି ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ସଫେଇ କାର୍ଯ୍ୟକ୍ରମ ରେ ୧ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସାହୁଙ୍କ ନେତୃତ୍ୱରେ ୨ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ବିଭୁ ପ୍ରସାଦ ସାହୁ ,ରବିଗାଡ଼ିଆ ଗ୍ରା.ପ ସରପଞ୍ଚ ଶ୍ରୀ ଗୋକୁଳ ଚନ୍ଦ୍ର ପ୍ରଧାନ ଏବଂ ବୀଣାପାଣି ଯୁବକ ସଂଘର ସମସ୍ତ ସଭ୍ୟ ଉପସ୍ଥିତିରେ ସଫେଇ କାର୍ଯ୍ୟ କରାଯାଇଛି । କୁରାଳରୁ ଅର୍ଜୁନ ସାହୁ