Breaking News

ଦୁର୍ଘଟଣାରେ ସାଇକେଲ ଆରୋହିି ଗୁରୁତ୍ୱର

କୁଜଙ୍ଗ -----କୁଜଙ୍ଗ ଥାନା ଅର୍ନ୍ତଗତ କଟକ ପାରାଦ୍ୱିପ ରାସ୍ତାର ବଳରାମପୁର ଗଡା ନିକଟରେ  ଛତ୍ରପଡା ଗ୍ରାମର ରବିନ୍ଦ୍ର କୁମାର ଦାସ ସକାଳ ୮ଟାରେ  କୁଜଙ୍ଗ ବଜାରକୁ ଆସୁଥିବା ସମୟରେ  ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ପାରାଦିପ ଆଡୁ ଆସୁଥିବା ଟାଟା ଏସି ଓଡି ୨୧ଏଫ ୧୧୬୨ ନମ୍ବର ଆସି ତାଙ୍କ ପଛ ପଟୁ ଧକ୍‌କା ଦେଇଥିଲା । ଦୁର୍ଘଟଣାରେ ଆହତ ହୋଇଥିବା ରବିନ୍ଦ୍ରକୁ ପ୍ରଥମେ କୁଜଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନିୟ ବାଟୋଇମାନେ ଚିକିତ୍ସା ନିମନ୍ତେ ଆଣିଥିଲେ । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ଥିବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କୁଜଙ୍ଗ ପୋଲିସ ଘଟଣା ସ୍ଥଳକୁ  ଯାଇ ଦୁର୍ଘଟଣା ଘଟାଇଥିବା ଅଟକୁ ଯବତ କରିଥିଲାବେଳେ ଡ୍ରାଇଭର ଫେରାର ଅଛି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

Blog Archive

Popular Posts