Breaking News

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମହାପ୍ରଭୁଙ୍କୁ ଦର୍ଶନ କଲେ


ପୁରୀ---- ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ସକାଳେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ସେ ଭିତର କାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଦୀପ ଦାନ କରିଥିଲେ । ପରେ ସେ ମୁକ୍ତି ମଣ୍ଡପ ଯାଇ ବ୍ରାହ୍ମଣଙ୍କ ଠାରୁ ଆଶୀର୍ବାଦ ନେଇଥିଲେ ।   ଦେବୀ ବିମଳା ଓ ଲକ୍ଷ୍ମୀଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ । ତେବେ ଶୁକ୍ରବାର ଗୃହମନ୍ତ୍ରୀ ଅମିତ ଶାହା ପୁରୀରେ ରାତ୍ରିଯାପନ କରିଥିଲେ । ସକାଳୁ ସେ ଶ୍ରୀମନ୍ଦିର ପହଞ୍ଚିବା ପରେ ଶ୍ରୀ ନଅର ନିକଟରେ ତାଙ୍କୁ ପୁରୀ ଜିଲାପାଳ ବଲୱନ୍ତ ସିଂ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଶନ କୁମାର, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସ୍ବାଗତ କରିଥିଲେ ।  ସେଠାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ବହୁ ବରିଷ୍ଠ ନେତା ଅମିତ ଶାହାଙ୍କୁ ସ୍ବାଗତ କରିଥିଲେ । ସେପଟେ ଶାହାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।
 ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts