Breaking News

ମହିଳାଙ୍କୁ ଦୁର୍ବ୍ୟବହାର କରି ଯୁବକ ଗିରଫ

ବେଗୁନିଆ---- ବେଗୁନିଆ ବ୍ଲକ  ଅନ୍ତର୍ଗତ  ପଙ୍ଗାରସିଂହ ପଞ୍ଚାୟତର କୁରାଢିଲୋ ଗ୍ରାମର  ଜଣେ ବିଧବା ମହିଳା  ଓ ତାଙ୍କ ଝିଅଙ୍କୁ  ଜନୈକ ବ୍ୟକ୍ତି ଦୁର୍ବ୍ୟବହାର କରିବା ଅଭିଯୋଗରେପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ବାଘମାରୀ ପୋଲିସ ସୂଚନା ମୁତାବକ କୁରାଢିଲୋ ଗ୍ରାମର ସନ୍ତୋଷ ଲେଙ୍କାଙ୍କ ବିଧବା ଭଉଣୀ ଓ  ତାଙ୍କ ଝିଅ ପବିତ୍ର ଜାଗର ଦିନ ବାପଘରକୁ ଆସି ମନ୍ଦିରକୁ  ଜାଗର ଜାଳିବାକୁ  ଯାଇଥିଲେ । ସେଠାରେ କୌଣସି ଏକ କାରଣକୁ ନେଇ ପଙ୍ଗାରସିଂହ ଗ୍ରାମର ଆର୍ତବନ୍ଧୁ ସାମନ୍ତରାୟଙ୍କ ସହ ପାଟିତୁଣ୍ଡ ହୋଇଥିଲା । ପୁନଶ୍ଚ ସନ୍ତୋଷ ଘରେ ନଥିବା ବେଳେ ଆର୍ତବନ୍ଧୁ ବିଳମ୍ବିତ ସନ୍ଧ୍ୟାରେ ସନ୍ତୋଷ ଘରେ ନଥିବା ବେଳେ ପଶି ଉଭୟମା,ଝିଅଙ୍କୁ ଗାଳିଗୁଲଜ କରିବା ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ବାଘମାରୀ ପୋଲିସ ଅଭିଯୋଗ ପାଇ ଘଟଣାର ତଦନ୍ତ ପରେ ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts