Breaking News

ବିନା ଟେଣ୍ଡର ରେ କୋଟିକୋଟି ଟଙ୍କାର କାର୍ଯ୍ୟ ଚାଲୁଛି ବିଭାଗୀୟ ଅଧିକାରୀ ହାତଟେକି ଦେଇଛନ୍ତି

ନିମାପଡ଼ା---- ଦୁର୍ନୀତି ରୋକିବା ଓ କାର୍ଯ୍ୟକୁ ସଠିକ ଭାବେ କରିବା ପାଇଁ ରାଜ୍ୟ ସରକାର ୫ଟି ଓ ମୋ ସରକାର ଯୋଜନା ପ୍ରଣୟନ କରିଛନ୍ତି  । ହେଲେ ତାହା କିଭଳି କାର୍ଯ୍ୟକାରୀ ହେଉଛି ତାର ନମୁନା ପୁରୀ ଜିଲ୍ଲା ନିମାପଡ଼ା ଗ୍ରାମ ଉନ୍ନୟନ ଡିଭିଜନ ରେ ସ୍ପଷ୍ଟ ଭାବରେ ବାରି ହେଉଛି। ୫ଟି ର ସ୍ଵଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ନିମାପଡ଼ା ଡିଭିଜନ ଅଧୀନରେ ଥିବା କୋଣାର୍କ ସବଡିଭିଜନ ଓ ଗୋପରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ସରକାରଙ୍କ ପକ୍ଷରୁ ଟେଣ୍ଡର ପାଇଁ ବିଧିବଦ୍ଧ ବ୍ୟବସ୍ଥା ଥିଲେ ମଧ୍ୟ ଏହାକୁ ବେଖାତିର କରି କୋଟି କୋଟି ଟଙ୍କାର ପ୍ରକଳ୍ପକୁ ଟେଣ୍ଡର ନକରି ଅଫ୍ ଲାଇନ୍ ରେ ପାସ୍ କରାଇ ନିଆଯାଇଥିବା ଭଳି ସଙ୍ଗିନ ଅଭିଯୋଗ ହୋଇଛି।
ଏହାକୁ ନେଇ ବିଭିନ୍ନ ମହଲରେ ଅଭିଯୋଗ ହେବାପରେ ସରକାରଙ୍କ ପକ୍ଷରୁ ଟେଣ୍ଡର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଯୋଗ୍ୟ ବାତ୍ୟା ଫନି ରେ ନିମାପଡ଼ା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ବିଭିନ୍ନ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟର  ମରାମତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଆସିଥିବା ବେଳେ ଅନଭିଜ୍ଞ ଠିକାଦାରଙ୍କ ଦ୍ବାରା କାର୍ଯ୍ୟ କରାଯାଇଛି ବୋଲି ଅଭିଯୋଗ ମାନେ ହୋଇ। ଗୋଟିଏ ପଟେ ସରକାର ବିନା ଟେଣ୍ଡରରେ କୋୖଣସି ହୋଇପାରିବ ନାହିଁ ନିର୍ଦେଶନାମା ଜାରି କରିଥିବା ବେଳେ ଅନ୍ୟପଟେ କିଭଳି ଭାବେ କୋଟି କୋଟି ଟଙ୍କାର କାର୍ଯ୍ୟ ଚିଠାରେ ଚାଲିଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାତ୍ର ସବୁଠାରୁ  ଆଶ୍ଚର୍ଯ୍ୟର କଥା ହେଉଛି ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରି ବିଲ କରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଥିବା ବେଳେ ମାର୍ଚ୍ଚ ୧୮ ତାରିଖରେ ଟେଣ୍ଡର ଖୋଲା ଯିବାର ଶେଷ ତାରିଖ ରହିଛି। ଯଦି ମାର୍ଚ୍ଚ ୩୦ ତାରିଖ ସୁଦ୍ଧା କାର୍ଯ୍ୟ ନସରିଲା ତେବେ ଟଙ୍କା ଫେରସ୍ତ କରାଯିବ ବୋଲି ସୂଚନା ରହିଛି। ହେଲେ ଏଠାରେ ପ୍ରଶ୍ନ ଉଠୁଛି ଯଦି ମାର୍ଚ୍ଚ ୧୮ ରେ ଟେଣ୍ଡର ଖୋଲା ଯାଏ ତେବେ ଠିକାଦାର ମାନେ କିଭଳି କାର୍ଯ୍ୟକରିବେ ତାହା ପ୍ରଶ୍ନ କରିଛନ୍ତି ମଣ୍ଡଳ ନିମାପଡ଼ା ଏନଏସିର ସଭାପତି।
ଗୋଟିଏ ପଟେ ଟେଣ୍ଡର ପରେ ଠିକାଦାର ମାନେ କାର୍ଯ୍ୟ କରିବେ ବୋଲି ବିଭାଗୀୟ ଅଧିକାରୀ ମାନେ କହୁଥିବା ବେଳେ ଅନ୍ୟପଟେ କୋଟି କୋଟି ଟଙ୍କାର କାର୍ଯ୍ୟ ବିନା ଟେଣ୍ଡର ରେ ଅନାମଧେୟ ଠିକାଦାର ମାନେ କରିଥିବା ଅଭିଯୋଗ ହୋଇଛି। ଏହାର ଭିଜିଲାନ୍ସ ତଦନ୍ତ କରାଗଲେ କୋଟି କୋଟି ଟଙ୍କାର ଦୁର୍ନୀତି ଲୋକ ଲୋଚନକୁ ଆସିବା ସହିତ ଏଥିପ୍ରତି ବିଭାଗୀୟ ସଚିବ, ମନ୍ତ୍ରୀ ଓ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅଞ୍ଚଳ ବାସି ଦାବି କରିଛନ୍ତି।
ସେପଟେ ଗ୍ରାମ୍ୟ ଉନ୍ନୟନ ବିଭାଗର ବ୍ୟାପକ ଦୃର୍ନିତୀ ସଂକ୍ରାନ୍ତରେ ଖବର ସଂଗ୍ରହ କରିବା ପରେ ଵିଭାଗୀୟ ଅଧିକାରୀ ତରବରିଆ ଭାବରେ ଚିଠା କାମକୁ ବାତିଲ କରିଥିବା ଜଣାପଡ଼ିଛି । 
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts