ପୁରାତନ ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁ ମିଳନ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ମହୁରା ଗ୍ରାମ ପଞ୍ଚାୟତର ପଞ୍ଚସଖା ଉଚ୍ଚ ବିଦ୍ୟାଳୟର ୨୦୦୧ ମସିହାର ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ ମାନେ ନିଜ ନିଜ ପରିବାରଙ୍କୁ ନେଇ ଏକ ବନ୍ଧୁ ମିଳନ ମାଳସାହି ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରମେଶ ସୀର, ପଦ୍ମଲାଭ ପଣ୍ଡା, ସ୍ମ୍ମୃତି ରଞ୍ଜନ ଦାଶ ଓ ସହକାରୀ ଶିକ୍ଷକଙ୍କ ସହିତ ଅନ୍ୟ ଶିକ୍ଷକ ମାନେ ଏହି ବନ୍ଧୁ ମିଳନରେ ଉପସ୍ଥିତ ରହିଥିଲେ । ବିଦ୍ୟାଳୟ ପୁରାତନ ଛାତ୍ର ଜଗନ୍ନାଥ ଦାସ, ଶୁଭଜିତି ପ୍ରଧାନ, ମିନତି ମାଠ, ଅନ୍ନପୂର୍ଣ୍ଣା ସାହୁ, ଚିତ୍ତିରଞ୍ଜନ ବିଶ୍ୱାଳ, ଦୀଲିପ ବିଶ୍ୱାଳ, ସୁକାନ୍ତ ନାୟକ, ବସନ୍ତ ପରିଡା ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ସମୟର କଥାକୁ ମନେ ପକାଇଥିଲେ । ସେ ସମୟର କଥା ସେ ଦିନର ପାଠ ପଢ଼ା ଆଜିର ଶିକ୍ଷା ଓ ବନ୍ଦୁତା ଆଉ ନାହିଁ ବୋଲି ମତ ପ୍ରକାଶ ପାଇଥିଲା । ଶେଷରେ ସମସ୍ତେ ଭୋଜି ଖାଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି