ବାହ୍ମଣ ଭୋଜନ ଖାଇବାକୁ ଯିବା ସମୟରେ ଡଙ୍ଗା ଓଲଟିଲା ; ୩୦ ଜଣ ବାହ୍ମଣ ଅଳ୍ପକେ ବତ୍ତିଲେ
ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନା ଅନ୍ତର୍ଗତ ସାରଙ୍ଗଯୋଡି ଗ୍ରାମ ପଞ୍ଚାୟତର ପାହଡଚୁଳ ଗ୍ରାମର ପିତବାସ ପୁଷ୍ଟିଙ୍କର ଏକ ଦଶାହ । ହିନ୍ଦୁ ନୀତି ନିୟମ ଅନୁଯାୟୀ ବାହ୍ମଣ ମାନଙ୍କୁ ପ୍ରଥମେ ମହାପ୍ରସାଦ ଖାଇବା ପାଇଁ ନିମନ୍ତ୍ରଣ କରାଯାଇଥିଲା । ଆଜି ରାତିରେ ଭୋଜି ଖାଇବା ପାଇଁ ରାୟଖଣ୍ଡି ଗ୍ରାମର ୩୦ ଜଣ ବାହ୍ମଣ ଯାଉଥିଲେ । ଭାର୍ଗବୀ ନଦୀର ପାର ହୋଇ ଯିବା ପାଇଁ ଏକ ଡଙ୍ଗାର ବ୍ୟବସ୍ଥା କରାଯାଇଥିଲା । ମାତ୍ର ଉକ୍ତ ଡଙ୍ଗାରେ ଏକ ସଙ୍ଗେ ସମସ୍ତେ ଚଡିଯାଇଥିଲେ । ଯାହା ଫଳରେକି ଡଙ୍ଗାଟି ନଦୀର ଅଳ୍ପ ଦୁରରେ ଓଲଟି ପଡିଥିଲା । ସମସ୍ତ ଲୋକମାନେ ଉଦ୍ଦାର ହୋଇଛନ୍ତି । କାହାରି କିଛି ହୋଇନଥିବା ଜଣାପଡିଛି । ଯଦି ଡଙ୍ଗାଟି ନଦୀର ଅଧାରେ ବା ଖାଲ ଯାଗାରେ ଓଲଟି ଥାନ୍ତା ତା ହେଲେ ଏକ ବଡ ଦୁର୍ଘଟଣା ଘଟିଥାନ୍ତା ବୋଲି ସ୍ଥାନୀୟ ଅଞ୍ଚଳରେ ଆଲେଚନା ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି