ଟ୍ରେନ ଧକ୍କାରେ ଯୁବକ ମୃତ
ଡେଲାଙ୍ଗ ----- ଡେଲାଙ୍ଗ - ଖୋର୍ଦ୍ଧା ରେଳ ଧାରଣା କରରେ ଯିବା ଯୁବକଙ୍କୁ ମହଙ୍ଗା ପଡିଛି । ସୁଚନାଯୋଗ୍ୟ ଯେ ଡେଲାଙ୍ଗ ଥାନା ଅନ୍ତର୍ଗତ ସିଂହବହ୍ମପୁର ଗ୍ରାମ ପଞ୍ଚାୟତର ନିଁପୁର ଗ୍ରାମର ବିଶ୍ୱନାଥ ଓଗର ପ୍ରକାଶ ଜେନା (୪୨) ପ୍ରତିଦିନ ରେଳ ଧାରଣା କରରେ ଜଟଣୀ ଯାଇଥାନ୍ତି । ଯାହାକି ଜଟଣୀ ଅଳ୍ପ ଦୁର ହୋଇଥିବାରୁ ଏହି ରେଳ ଧାରଣା କରରେ ଡେଲାଙ୍ଗ, କଣାସ, ଅଞ୍ଚଳ ବାସୀ ଯିବା ଆସିବା କରିଥାନ୍ତି । ମାତ୍ର ଦୟାନଦୀର ବସନ୍ତପୁର ଅରାଗଡ ପାହିଆ ଏକମାତ୍ର ବିପଦ ପୂର୍ଣ୍ଣ । ସେହି ବିପନ ପୁର୍ଣ୍ଣ ରେଳ ଧାରଣା କରରେ ପାଦଚଳା ରାସ୍ତାରେ ଲୋକମାନେ ମଟର ସାଇକେଲ ନେଇ ଯିବା ଆସିବା କରିଥାନ୍ତି । ଶନିବାର ସକାଳ ପ୍ରାୟ ୯ଟା ସମୟରେ ଶ୍ରୀ ଜେନା ନିଜ ମଟର ସାଇକେଲରେ ଯାଉଥିବା ସମୟରେ ଗାଡିର ଶଦ୍ଧ ଜାଣିପାରିନଥିଲେ । ଯାହା ଫଳରେକି ପୁରୀ- ରୁ କଟକ ଯାଉଥିବା ଟ୍ରେନ ତାଙ୍କୁ ଧକ୍କା ଦେବା ସହ କିଛି ବାଟ ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଯାହା ଫଳରେକି ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ଜଟଣୀ ରେଳ ପୋଲିସ ଏଏସଆଇ ପରକ୍ଷିତ ନାୟକ ଘଟଣା ସ୍ଥଳରେ ପହଞ୍ଚି ୧୮/୨୦୨୦ରେ ଏକ କେସରୁଜ କରି ଶବ ବ୍ୟବଛେଦ ନିମନ୍ତେ ପଠାଇଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି