Breaking News

ବାଇକ ଧକ୍କାରେ ଛାତ୍ରୀ ଆହତ

ବେଗୁନିଆ---- ବେଗୁନିଆ ବ୍ଲକ ହଜ ପଞ୍ଚାୟତ ନିଧିପୁର ଗ୍ରାମର ରମେଶ ଚନ୍ଦ୍ର ପଲେଇଙ୍କ ଝିଅ ଶୁଭସ୍ମିତା ପଲେଇ (୧୧)ବାଇକ ଦୁର୍ଘଟଣାରେ ଆହତ ହୋଇଛନ୍ତି ।   ସହପାଠୀ ମାନଙ୍କ ସହ ବିଦ୍ୟାଳୟକୁ ଯାଉଥିବା ସମୟରେ ସାହି ମୁଣ୍ଡରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ତାଙ୍କର ଡାହାଣ ପଟ ଗୋଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ  ଚିକିତ୍ସା କରିବା ପାଇଁ   ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ଜଣାପଡିଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts