ସାହା ଖୋଜୁଛନ୍ତି ଅଚିହ୍ନା ମହିଳା
ବରଗଡ଼ --- ବରଗଡ଼ ଜିଲ୍ଲା ଅତାବିରା ବାବେବିରା କେନାଲ ଛକରେ ଦୁଇ ଦିନ ହେଲା ଏକ ଅସହାୟ ଅଚିହ୍ନା ମହିଳା ବୁଲୁଥିବାର ଦେଖିବାକୁ ମିଳିଛି। ମହିଳାଙ୍କୁ ତାଙ୍କ ନାମ ପଚାରିଲେ ନୁଆଁପଡା ର ସମାରୀ ବାଗ ବୋଲି ମହିଳା ଜଣକ କହୁଛନ୍ତି । ରୁହୁନିଆଁ ସ୍ଥିତ ତାଙ୍କ ଦାଦା ଘରକୁ ଯିବାକଥା କହୁଛନ୍ତି। ବେଳେ ବେଳେ ପଚାରିଲେ କହୁଛନ୍ତି ତ ଆଉ କେତେବେଳେ ଜାଣିନାହିଁ ବୁଆ ବୋଲି କହୁଛନ୍ତି। ଅନୁମାନ କରାଯାଉଛି ତାଙ୍କର ମାନସିକ ବିକୃତି ରହିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ସେ ଗୋଟିଏ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି । ଯିଏ ଯାହା ଦେଲେ ଖାଇ ପିଇ ରହିଛନ୍ତି । ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନାହାନ୍ତି। ତୁରନ୍ତ ବରଗଡ଼ ଜିଲ୍ଲାପାଳ କୈାଣସି ଅଘଟଣ ନ ଘଟିବା ଆଗରୁ ମହିଳାଙ୍କୁ ଉଦ୍ଧାର କରି ତାଙ୍କ ପରିବାରଙ୍କ ପାଖରେ ପହଞ୍ଚାଇବାକୁ ଜନସାଧାରଣ ନିବେଦନ କରିଛନ୍ତି ।
ବରଗଡ଼ରୁ ନବୀନ ଦାଶ ରିପୋର୍ଟ