Breaking News

ଡେଲାଙ୍ଗରେ ପ୍ରିମିୟର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଷଷ୍ଠ ଦିବସ

 ଡେଲାଙ୍ଗ ----ଡେଲାଙ୍ଗ ବ୍ଳକର ଗୁଆଳିପଡା ଗ୍ରାମ ପଞ୍ଚାୟତର ଗୁଡୁପାଇଲୋ ଗ୍ରାମ ପଡିଆରେ  ଗୁଡୁପାଇଲୋ କ୍ରିକେଟ କ୍ଳବ ଟୁର୍ଣ୍ଣମେଣ୍ଟ  ପକ୍ଷରୁ ୨ୟ ବାର୍ଷିକ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଆଜି ତାର ଷଷ୍ଠ ଦିବସ ।   ପ୍ରଥମ ମ୍ୟାଚ ହିରୋ ଇଲେଭେନ  ଓ ମଙ୍ଗଳା ପ୍ଳୋୟାରସ  କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।  ପ୍ରଥମେ ହିରୋ ଇଲେଭେନ କ୍ରିକେଟ ଦଳ ବ୍ୟାଟିଂ କରି ୧୨ ଓଭରରେ ୨ ଉଇକେଟ ହରାଇ ୧୧୨ ରନ କରିଥିଲେ । ଜବାବରେ  ମଙ୍ଗଳା ପ୍ଳୋୟାରସ  କ୍ରିକେଟ ଦଳ ୧୦ ଓଭର  ୧୧୬ ରନ କରି ବିଜୟୀ ହୋଇଥିଲେ । ସେହିପରି ଅନ୍ୟ ଏକ ମ୍ୟାଚରେ ଗୋଲଡେନ ଇଲେଭନେ  ଓ ଗତେଶ୍ୱର ବାଷ୍ଟରସ କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଗୋଲଡେନ ଇଲେଭନେ ଦଳ ବ୍ୟାଟିଂ କରି ୧୧ ଓଭର ୩ଟି ବଲରେ ୧୦ ଉଇକେଟ ହରାଇ ୭୧ ରନ କରିଥିଲେ । ଜବାବରେ ଗତେଶ୍ୱର ବାଷ୍ଟରସ କ୍ରିକେଟ ଦଳ ୮ ଓଭର ୨ଟି ବଳରେ  ୭୫ ରନ କରି ବିଜୟି ହୋଇଛନ୍ତି ।   ମ୍ୟାନ ଅଫ ଦି ମ୍ୟାଚ ଭାବେ ଯନଜ୍ମୟ ରାଉତରାୟ । ସଞ୍ଜିତ ବଢ଼େଇ ଓ ଟୁଲେଶ୍ୱର  ସାମନ୍ତରାୟ  ମ୍ୟାଚ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts