ବଜରଙ୍ଗୀ କ୍ଲବ ପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲମ୍ୟାଚ
ବେଗୁନିଆ---- ବେଗୁନିଆ ବ୍ଲକ ଅନ୍ତର୍ଗତ ଭୀମପୁର ଗ୍ରାମର ବଜରଙ୍ଗୀ କ୍ଲବ ପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶନିବାର ଅପରାହ୍ନରେ ଉଦଯାପିତ ହୋଇ ଯାଇଛି । ଫାଇନାଲ ମ୍ୟାଚ ପଣ୍ଡାଳମ ଓ ଡିଙ୍ଗର ଫୁଟବଲ ଟିମ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ପଣ୍ଡାଳମ ୧-୦ ଗୋଲ ଦେଇ ବିଜୟୀ ଘୋଷିତ ହୋଇଥିଲା । ଖେଳକୁ ଲକ୍ଷ୍ମୀଧର ବେହେରା,ପ୍ରଶାନ୍ତ ବେହେରା,ଆଦିତ୍ୟ କୁମାର ନାୟକ ପ୍ରମୁଖ ପରିଚାଳନା କରିଥିଲେ । ପୁରସ୍କାର ବିତରଣ ସଭାରେ କଂଗ୍ରେସ ନେତା ପ୍ରଦୀପ କୁମାର ସାହୁ,ବେଗୁନିଆର ପୂର୍ବତନ ସରପଞ୍ଚ ନବ କିଶୋର ସ୍ୱାଇଁ ଓ ସମାଜସେବୀ ଓମପ୍ରକାଶ ବାହୁବଳେନ୍ଦ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇ ବିଜୟୀ ଦଳକୁ ସିଲସହିତ ନଗଦ ଟଙ୍କା ପ୍ରଦାନ କରାଯାଇଥିଲା । ସତ୍ୟବ୍ରତ ନାୟକ ,ବାବୁଲି ନାୟକ ଓ ସାଗର ନାୟକ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା