Breaking News

ସଂସ୍କୃତ ଶିକ୍ଷକଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା


 ସାକ୍ଷୀଗୋପାଳ ----  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଗୁଆଳି ଗୋରଡା ଗୋପବନ୍ଧୁ ଜନ୍ମପୀଠ ନୋଡାଲ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସୁରେଶ କୁମାର ମିଶ୍ର ଶନିବାର ଦିନ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ  ସମ୍ଭର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଚିତ୍ତ ରଞ୍ଜନ ଦାଶ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ  ଅବସରପ୍ରାପ୍ତ ଶିକ୍ଷକ ସମନ୍ନୟ ସମିତିର ସମ୍ପାଦକ ବିଶ୍ୱନାଥ ବେହେରା ମୁଖ୍ୟ ଅତିଥି , ଓ ପ୍ରାକ୍ତନ ପ୍ରଧାନ ଶିକ୍ଷକ ରବେଶ ଚନ୍ଦ୍ର ଜେନା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଅନ୍ୟ ତମ ଅତିଥି ଭାବେ ପ୍ରାକ୍ତନ ଶିକ୍ଷକ ବିମଳ ପ୍ରସାଦ ମହାନ୍ତି, ପୁର୍ଣ୍ଣଚନ୍ଦ୍ର ମହାନ୍ତି, କପିଳେଶ୍ୱର ସାହୁ, ଶରତ କୁମାର ସାମନ୍ତରାୟ, ସୋମନାଥ ଦାଶ, ବ୍ରଜ କିଶୋର ପାଇକରାୟ, ଲକ୍ଷ୍ମୀଧର ସାହୁ, ପ୍ରହଲ୍ଲାଦ ଜେନା, ବସନ୍ତ କୁମାର ମିଶ୍ର ଓ ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ପ୍ରମୁଖ ଯୋଗ ଦେଇ ଅବସର ଗ୍ରହଣ କରୁଥିବା ପଣ୍ଡିତ ଶ୍ରୀ ମିଶ୍ରଙ୍କର ଗୁନଗାନ କରିଥିଲେ ।  ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ  କରିଥିଲେ । ଛାତ୍ର ଛାତ୍ରୀ ମାନେ ପଣ୍ଡିତଙ୍କର ଗୁନଗାନ କରିବା ସମୟରେ ଭାବ ବିହ୍ୱଳ ହୋଇ କାନ୍ଦି ପକାଇଥିଲେ ।  ଶେଷରେ ବିଦ୍ୟାଳୟ ଓ ବିଦ୍ୟାଳୟ ପରିଚାଳନା ଓ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଅବସର ଗ୍ରହଣ କରିଥିବା ପଣ୍ଡିତଙ୍କୁ ଉପଢ଼ୌକନ , ଫୁଲମାଳ ଳ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।  ଶିକ୍ଷୟତ୍ରୀ ପ୍ରଜ୍ଞା ପାରାମିତା ସାହୁ ସଭା କାର୍ଯ୍ୟ ସଂଯୋଜନା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts