Breaking News

ଦୁଇ ତିନି ମାସରେ ଥରେ ଦରମା ; ଜିଲ୍ଲା ପରିଷଦ ଶିକ୍ଷକମାନେ ହଟହଟା..

 ବରଗଡ଼ ----    ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ଜିଲ୍ଲା ପରିଷଦ ଶିକ୍ଷକମାନଙ୍କ ରେଗୁଲାର ହେବା ଦିନ ଠାରୁ ମାସକୁ ଥରେ ଦରମା ନ ମିଳି କେତେବେଳେ ଦୁଇ ,ତିନି ମାସରେ ଥରେ ଦରମା ମିଳୁଛି ବୋଲି ଜଣାପଡିଛି ।  ବେଳେବେଳେ ଦରମା ଗଣ୍ଡାକ ପାଇଁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେବାକୁ ପଡୁଛି।ଯଦ୍ୱାରା ପରିବାରରେ ଅଶାନ୍ତି ସହ ଆର୍ଥିକ ସଂକଟରେ ପେଶୀ ହୋଇ ଶିକ୍ଷକ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏକଥା ଶୁଣିଲେ ଆଚାର୍ଯ୍ୟ ଲାଗୁଛି , ମାତ୍ର କଥା ସତ ।  କାମ ଏକ , ପଦବୀ ଏକ ମାତ୍ର ଦରମା ମିଳିବାରେ ଫରକ ଦେଖାଯାଇଛି।  ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ , ବ୍ଲକ ଶିକ୍ଷା ଅଧିକାରୀ ରାଜରାମ ମେହେରଙ୍କ ନିକଟରେ ଅଭିଯୋଗ ହୋଇଥିଲେ ହେଁ କୋଉ ସ୍ୱାର୍ଥରେ ଚୁପ ରହୁଛନ୍ତି ତାହା ଶିକ୍ଷକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏ ନେଇ ତୁରନ୍ତ  ପଦକ୍ଷେପ ନେବାପାଇଁ ଦାବି ହେବା ସହ ଏହି ପରିସ୍ଥିତି ଯଦି ଲାଗିରହେ ତେବେ ଆଗାମୀ ଦିନରେ ଆନ୍ଦୋଳନର ମୁଣ୍ଡ ଟେକିବ ବୋଲି ଶିକ୍ଷକ ମହଲରୁ ପ୍ରକାଶ ପାଇଛି ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts