Breaking News

ଆଞ୍ଚଳିକ ଶିଳ୍ପ ଓ ହସ୍ତକଳା ଉଦ୍ୟୋଗୀ ପ୍ରଦର୍ଶନୀ ଉଦ୍‌ଘାଟିତ ;ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଫୁଡ ବଜାର ମୁଖ୍ୟ ଆକର୍ଷଣ ସାଜିଲା

କୋଣାର୍କ---- ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ  ବିକାଶ ଅନୁଷ୍ଠାନ, ଓଡିଶା ସରକାରଙ୍କ ଅଣୁ, କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ବିଭାଗ. ଏବଂ  ଓଡିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉତ୍ପାଦକ ସଙ୍ଘ (ଅରୁପା) ମିଳିତ ସହଯୋଗରେ କୋଣାର୍କଠାରେ ଆୟୋଜିତ ଆଞ୍ଚଳିକ ଶିଳ୍ପ ଓ ହସ୍ତକଳା ଉଦ୍ୟୋଗୀ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଛି ।  ୮ଦିନ ବ୍ୟାପି  ଅନୁଷ୍ଟିତ ଏହି ପ୍ରଦର୍ଶନୀକୁ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ  ବିକାଶ ଅନୁଷ୍ଠାନର ନିର୍ଦ୍ଦେଶକ ସୁକାନ୍ତ କୁମାର ସାହୁ, ଓଡିଶା ସରକାରଙ୍କ ଅଣୁ, କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ବିଭାଗର ନିର୍ଦ୍ଦେଶକ ବିକ୍ରମ କୁମାର ମହାରଣ, ନାବାର୍ଡର ପୁରୀ ଜିଲ୍ଲା ଉନ୍ନୟନ ପ୍ରବନ୍ଧକ ତାପସ ପ୍ରଧାନ, ରାଜ୍ୟ ହସ୍ତଶିଳ୍ପ ଓ କୁଟିରଶିଳ୍ପର ନିର୍ଦ୍ଦେଶକ ବସନ୍ତ କୁମାର ଦାଶ, ରାଜ୍ୟ ହସ୍ତଶୀଳ୍ପ ବିକାଶ ଆୟୁକ୍ତ ଅଜୟ କୁମାର ପାଣିଗ୍ରାହି, ଅରୂପାର ଅଧ୍ୟକ୍ଷ ଉଦୟ ନାଥ ବେହେରା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶୋକ କୁମାର ସାହୁ ଓ ଅରୂପାର ଉପଦେଷ୍ଟା ସମ୍ପାଦକ ଉମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତଥିଲେ । ରହି ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଉତ୍ପାଦକମାନଙ୍କ ସାମଗ୍ରୀର ପ୍ରଦର୍ଶନୀ ସମ୍ପର୍କରେ ଆଲୋକପାତ କରିଥିଲେ ।  ଏହି ପ୍ରଦର୍ଶନୀରେ ହସ୍ତବୁଣା, ଶାଢିଠାରୁ ଆରମ୍ଭ କରି ହାତ ତିଆରି ବିଭିନ୍ନ ସୌଖିନ ଓ ସୌନ୍ଦର୍ଯ୍ୟପୂର୍ଣ୍ଣ ସାମଗ୍ରୀଗୁଡିକକୁ ସୁଳଭ ମୂଲ୍ୟରେ ଗ୍ରାହକମାନେ କିଣିବାର ସୁଯୋଗ ପାଇଛନ୍ତି ।
ଏହି ଅବସରରେ ପ୍ରତି ସନ୍ଧ୍ୟା ୫ଟାରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଥିବା ବେଳେ ଗ୍ରାହକମାନେ ଫୁଡ ବଜାରର ମଜା ଉଠାଉଛନ୍ତି । ବିଶେଷ କରି ମହିଳା, ଦିବ୍ୟାଙ୍ଗ, ଅନୁସୂଚିତ ଜାତି, ଉପଜାତିର ଉଦ୍ୟୋଗୀମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି । ଏତଦବ୍ୟତିତ ଅରୁପା ପକ୍ଷରୁ ଉଦ୍ୟୋଗୀମାନଙ୍କୁ ବଜାର ସଂଯୋଗ, ବ୍ୟାପକ ମାର୍କେଟିଙ୍ଗ ବ୍ୟବସ୍ଥା କରିବା ସହ ବୈଷୟିଗ ଜ୍ଞାନ କୌଶଳ, ସରକାରୀ ସହଯୋଗ, ଦ୍ରବ୍ୟ ରପ୍ତାନୀ ଓ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲି ହେବା ପାଇଁ ସହଯୋଗ କରାଯିବା ସହ ବିଭିନ୍ନ ସମସ୍ୟାର ସମାଧାନ କରାଯାଇ ଫଳପ୍ରଦ ଯୋଜନା କରାଯିବାର ବ୍ୟବସ୍ଥା କରାଯାଇଛି । ବ୍ୟବସାୟୀ ଓ ଉଦ୍ୟୋଗୀମାନଙ୍କୁ ବ୍ୟବସାୟୀକ ଏକତାର ସୁତ୍ରରେ ବାନ୍ଧିରଖିବା ପାଇଁ ଏହି ପ୍ରୟାସ କରାଯାଇଛି ବୋଲି ଅରୁପା ପକ୍ଷରୁ ସୂଚନା ଦିଆଯାଇଛି । 
କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts