Breaking News

ସାକ୍ଷୀଗୋପାଲ ନିଉଜ୍ ର ପ୍ରଭାବ ; ଅସହାୟ ବୃଦ୍ଧା ଉଦ୍ଧାର ହେଲେ



   ବରଗଡ଼----ଅତାବିରା ଏନ୍ଏସି ୱାର୍ଡ ନମ୍ବର ଆଠ ବାବେବିରା କେନାଲ ଛକ ଦୋକାନ ବାରଣ୍ଡାରେ  ତିନିଦିନ ହେଲା ଜଣେ ଅଜଣା ବୃଦ୍ଧା ମହିଳା ବସିଥିବାର  ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଆମ ବରଗଡ଼ ପ୍ରତିନିଧି ନବୀନ ଦାଶ ପହଞ୍ଚି ଖବରଟି ୮ଟା୨୬ରେ ପ୍ରକାଶିତ କରିଥିଲେ । ଏ ଖବର ପ୍ରକାଶିତ ପରେ ଅନ୍ୟ ଗଣମାଧ୍ୟମ ପ୍ରତିନିଧି ଏବଂ ଏନ୍ଏସି କୁ ଖବର ଦେଇଥିଲେ ।  ଫଳରେ ଗଣମାଧ୍ୟମ ପ୍ରତିନିଧି ଏବଂ ଯୁବବାହିନୀ ସଭାପତି ଖିରୋଜ ନାୟକ ତଥା ଏସିଆ ଟିଭି ପ୍ରତିନିଧି ସେଠାରେ ପହଞ୍ଚିଥିଲେ । ବୃଦ୍ଧାଙ୍କୁ ତାଙ୍କ ନାମ ଠିକଣା ପଚାରିଥିଲେ ।  ସେ ନିଜ ନାମ ସମାରି ବାଗ ଗ୍ରାମ ନୂଆପଡା ଏବଂ ସେ ତାଙ୍କ ବଡ଼ଭାଇ ଘର ରୁହୁନିଆ କୁ ଯିବାବେଳେ ରାସ୍ତା ଭୁଲିଯାଇ ଏଠି ଆସି ବସିଛି ବୋଲି କହିଥିଲେ | ସ୍ଥାନୀୟ ବାସିନ୍ଦା ଓ ଦୋକାନୀମାନେ ତାଙ୍କୁ ଖାଇବାପାଇଁ ଚା, ବିସ୍କୁଟ ଆଦି ଏବଂ କପଡା ଗରମ ବସ୍ତ୍ର ଆଦି ଦେଇଥିଲେ ।  ତାପରେ ଯୁବବାହିନୀ ସଭାପତି  ଏନଏସି  ଅଧିକାରୀଙ୍କୁ ଜଣାଇଲା ପରେ  ଯୁବବାହିନୀ ଇନଚାର୍ଜ ରାଜେଶ  ଏବଂ କାଉନସିଲର ମନୋଜ ପ୍ରଧାନ ଆସିଥିଲେ ।   ବୃଦ୍ଧାଙ୍କୁ ଜଣଙ୍କ ଘରେ ରାତିକପାଇଁ ରହିବା,ଖାଇବା ସୁବିଧା କରିଥିଲେ । ଗୁରୁବାର ଦିନ ସକାଳ ଏଗାରଟା ସମୟରେ ପୁଣି ଏନ୍ଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଗଣମାଧ୍ୟମ ପ୍ରତିନିଧି,ଯୁବବାହିନୀ ସଭ୍ୟ  କହିବାପରେ ସ୍ଥାନୀୟ ତହସିଲଦାର, ପୋଲିସ, କାଉନସିଲର, ଏନଏସି ଅଧିକାରୀ ଆସିଥିଲେ ।  ସ୍ଥାନୀୟ ଜନସାଧାରଣ ଏବଂ ଗଣମାଧ୍ୟମ, ଯୁବବାହିନୀ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତରେ ପୋଲିସ ପ୍ରଶାସନକୁ ହସ୍ତାନ୍ତର କରିଥିଲେ ।   ଆମ୍ବୁଲାନ୍ସ ଦ୍ୱାରା ସ୍ଥାନୀୟ ହସ୍ପିଟାଲକୁ ପ୍ରାଥମିକ ଚିକିତ୍ସା  କରିବା ପାଇଁ ନିଆଯାଉଛି ।  ବୃଦ୍ଧା  କହୁଥିବା ଗ୍ରାମରେ ତାଙ୍କର ପରିଚୟ ମିଳେ ତ ପରିବାର ଙ୍କୁ ଖବର ଦିଆଯିବ ନଚେତ ପ୍ରଶାସନ କୌଣସି ବୃଦ୍ଧାଶ୍ରମ ରେ ଜିମାଦେବେ ବୋଲି ଜଣାପଡିଛି  | ସେ ଯାହା କିଛି ହେଉନା କାହିଁକି ଜଣେ ମା ସୁରକ୍ଷିତ ଓ ପରିବାର ପାଖରେ ପହଞ୍ଚିବା ପାଇଁ ହୋଇଥିବା ଉଦ୍ୟମ କୁ ସାକ୍ଷୀଗୋପାଳ ନିଉଜ ପରିବାର ପକ୍ଷରୁ ସମସ୍ତ ପଦାଧିକାରୀ ଓ ଗଣ ପ୍ରତିନିଧି ମାନଙ୍କୁ ସତ ପ୍ରଣାମ ଜଣାଉଛୁ । 
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts