Breaking News

ପ୍ରଶାସନର ଅବହେଳା ତଥା ରାଜପଥର ଅସମ୍ପୂର୍ଣ୍ଣ ଡ୍ରେନ ଯୋଗୁଁ ଲୋକେ ହଟହଟା


 ବରଗଡ଼---  ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ ଓ କେଦ୍ର ସରକାରଙ୍କ ସବ୍ କା ସାଥ ସବ୍ କା ବିକାଶ କେତେ ଦୂର ସଫଳତା ପାଇଛି ତାର ନଗ୍ନ ଚିତ୍ର ଏବେ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାର ଅତାବିରା  ଏନଏସି ଅଞ୍ଚଳରେ । ଅତାବିରା ଏନଏସି ଅଞ୍ଚଳ ଦେଇ କାହିଁ କେଉଁ କାଳରୁ ୬ନଂ ଜାତୀୟ ରାଜପଥ ଭେଦ କରି ଯାଇଛି । ୨୦୧୦ମସିହା ପୂର୍ବରୁ ୬ନଂ ଜାତୀୟ ରାଜପଥକୁ ସମ୍ପ୍ରସାରଣ କରାଯାଇଛି । ସେହି ଦିନ ଠାରୁ ଅଞ୍ଚଳବାସୀଙ୍କୁ ସମସ୍ୟା ଭିତରକୁ ଠେଲି ଦେଇ ରାଜରାସ୍ତା ନିର୍ମାଣ କାରୀ ଠିକା ସଂସ୍ଥା ଅଶୋକା ବିଲଡ଼କାନ  ।  ନେତା ମନ୍ତ୍ରୀ,ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନଙ୍କ ସହ ସଲସୁତୁରାରେ କାମକରି ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଇଥିବା ଅଭିଯୋଗ ହୋଇଛି । ଅତି ନିମ୍ନରୁ ନିମ୍ନମାନର କାମକରି ଅର୍ଥ ହରିଲୁଟ କରି ଆଜି ପର୍ଯ୍ୟନ୍ତ ରାଜରାସ୍ତାକୁ ଅସମ୍ପୂର୍ଣ୍ଣ କରି ପକାଇଛି । ଅନ୍ୟ ପକ୍ଷରେ ଚଢାଦରରେ ଟୋଲ ଟିକସ ଆଦାୟ କରିବାରେ ମସଗୁଲ ରହି ଅଞ୍ଚଳକୁ ସବୁ ଦିନ ପାଇଁ ସମସ୍ୟା ଭିତରକୁ ଠେଲି ଦେଇ କାମ ସମ୍ପୂର୍ଣ୍ଣ ନହେଉଣୁ ପେଚିଂ ଦେଇ କାମ ଚଳାଉଛି। ଲୋକ ଦେଖାଣିଆ ଭାବେ ଏଣେତେଣେ ଅଙ୍କେଇ ବଙ୍କେଇ ଡ୍ରେନ ତିଆରି କରିଦିଆଯାଇଛି ଯାହା ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ୍ବ ହେବ ଗଠିତ ହୋଇଥିବା ଏନଏସିର ଅଳିଆ ଆବର୍ଜନା କୁଣ୍ଡ କହିଲେ ଅତ୍ୟୁକ୍ତି ହେବନାହିଁ। ଡ୍ରେନ ଅଛି ଡ୍ରେନେଜ ବ୍ୟବସ୍ଥା ନାହିଁ କେଉଁଠି ଆରମ୍ଭ ଓ କେଉଁଠି ଶେଷ କେବଳ ସେମାନଙ୍କୁ ଜଣା। ସାମାନ୍ୟ ବର୍ଷା ହେଲେ ଡ୍ରେନରୁ ପୁତ୍ତିମୟ ଗନ୍ଧରେ ନାକ ଫାଟି ଯାଉଥିବାବେଳେ ଅଳିଆ, ଆବର୍ଜନା ପାଣି ପୋକ, ଜୋକ ସହ ଘରକୁ ପଶି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇ ଲୋକେ ବିଭିନ୍ନ ରୋଗାକ୍ରାନ୍ତ ହେଉଥିବାର ଅଞ୍ଚଳରେ ନଜିର ରହିଛି। ଏନେଇ ବାରମ୍ବାର ସ୍ଥାନୀୟ ତଥା ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ହେଁ ଅନେକ ସରକାରୀ ବାବୁ ମାନେ କର୍ଣ୍ଣପାତ ନ କରି ହଁ ଦେଖିବା,ହଁ କରିବା କହି କେତେ ବଦଳି ଗଲେଣି ତ ଆଉ କେତେ ଅବସର ନେଇ ସାରିଲେଣି। ଯାହା ଅତାବିରା ପାଇଁ ଏବେ ମୁଖ୍ୟ ସମସ୍ୟା ହୋଇଛି।ଗତକାଲି ସାମାନ୍ୟ ବର୍ଷା ସହ ଆଜି ବର୍ଷାର ପ୍ରଭାବରେ ପୁଣି ସେଇ ଦୁଃଖ ଅତାବିରା ଏନଏସି ସ୍ଥିତ  ବିଜୟା ବ୍ୟାଙ୍କ ନିକଟରେ ଅନେକ ଲୋକଙ୍କ ଘରକୁ ନର୍ଦ୍ଧମା ପାଣି ପଶି ଘରର ବ୍ୟବହାର୍ଯ୍ୟ ଉପକରଣ ପାଣିରେ ଭାସି ନଷ୍ଟ ହୋଇଯାଇଥିବାବେଳେ ଭିନ୍ନ ଧରଣର ପୋକ ଜୋକ ଭାସି ଘରେ ପସିଯାଇଥିବା ଦେଖାଯାଇଥିଲା। ଆଜି ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ରାଜରାସ୍ତା ନିର୍ମାଣ କାରୀ ଠିକା ସଂସ୍ଥାର ମେନେଜମେଣ୍ଟ ଦାୟିତ୍ୱରେ ଥିବା ଗାଡି ଓ କର୍ମଚାରୀ ମାନଙ୍କୁ ଅଟକାଇ ସ୍ଥାନୀୟ ତହସିଲଦାର ହୃଦାନନ୍ଦ ଅଡ୍ଡା,ଅତିରିକ୍ତ ତହସିଲଦାରଙ୍କ ଜରିଆରେ ତୁରନ୍ତ ସ୍ଥାୟୀ ସମାଧାନ ପାଇଁ  ସମ୍ବଲପୁର ପିଡ଼ିଙ୍କୁ ଏକ ଦାବିପତ୍ର ଦେଇଥିଲେ । ସ୍ଥାନୀୟ ରାଜସ୍ୱ ବିଭାଗର ଉପସ୍ଥିତି କ୍ରମେ ଅସ୍ଥାୟୀ ଭାବରେ ଆଜି ନିକଟସ୍ଥ ନାଳିଆକୁ ପାଇପ ପକାଇ ଘରଭିତରକୁ ପଶୁଥିବା ପାଣି ଡ୍ରେନେଜ ର ବ୍ୟବସ୍ଥା କରାଯାଇଛି।ତେବେ ଦେଖାଯାଉ ବିଗତ ଦିନ ଭଳି  ପ୍ରତିଶୃତି ଦେଇ ଠକିବେ ନାଁ ଆଗକୁ କିଛି କାମ ହେବ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts