ଭଗବତଟୁଙ୍ଗିରୁ ଶୁକ୍ଳାକଁଟା ରାସ୍ତା ଏବେ ବି ଅବହେଳିତ
ବରଗଡ଼ ----ସରକାର ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ବିକାଶ ଦିଗରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।ହେଲେ ତାହା ଆଖି ଦୃଶିଆ ହେଇପାରୁନାହିଁ। ଅନୁଦାନ ଆସି ସରକାରୀ ବିଭାଗ ଦ୍ୱାରା କାମ ମଧ୍ୟ ହେଉଛି ସତ, ହେଲେ ଅସାଧୁ ଠିକାଦାର ତଥା ବିଭାଗୀୟ ଅଧିକାରୀଙ୍କ ସଲାସୁତୁରା ଯୋଗୁଁ ନିମ୍ନମାନର କାମ ହୋଉଥିବା ଅଭିଯୋଗ ମାନେ ହେଉଛି । ଯାହା ବରଗଡ଼ ଜିଲ୍ଲା ଅତାବିରା ଏନଏସି ସ୍ଥିତ ୱାର୍ଡ ନଂ୫ ରେ ଦେଖିବାକୁ ମିଳିଛି । ୮ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଅନୁଦାନରେ ଭଗବତଟୁଙ୍ଗି ରୁ ଶୁକ୍ଳା କଁଟା ତିଆରି ହୋଇଥିବା ରାସ୍ତାକୁ ଦେଖିଲେ ଜଣାପଡେ। ରାସ୍ତାଟି ନିମ୍ନମାନର ହେବା ଯୋଗୁଁ ନିର୍ମାଣର କିଛି ଦିନ ପରେ ରାସ୍ତା ଦବିଯାଇ ଫାଟି ଆଁ କରିଛି । ଦୁଇ କଡ଼ ମାଟି ଫିଲିଙ୍ଗ ନକରି ରାସ୍ତା ଉପରେ ମାଟି ମୋରମ ଦୀର୍ଘ ଦିନ ଧରି ପଡି ରହିଛି । ଏଥି ଯୋଗୁଁ ରାସ୍ତାଟି ଅଳିଆ ଆବର୍ଜନା ସହ ଲୋକେ ଛୋଟ ମୋଟ ଦୁର୍ଘଟଣାର ଶିକାର ହେଉଥିବା ଅଞ୍ଚଲରେ ନଜିର ରହିଛି। ସେହିପରି ଅତାବିରା ଏନଏସିର ଉନ୍ନତି ଦିଗରେ କୋଟିକୋଟି ଟଙ୍କା ଅନୁଦାନ ଆସି କେତେକ କାଗଜ କଲମରେ ସୀମିତ ରହି ଲୋକ ଦେଖାନିଆଁ ଭାବେ ଏଣେତେଣେ କାମ କରି ଅର୍ଥ ଆତ୍ମସାତ ହେଉଥିବାର ଅଭିଯୋଗ ହେଉଛି।ଏଥିପ୍ରତି ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ