Breaking News

୪୪ତମ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି

 ପିପିଲି---- ଯଶୁଆପୁର ର ବୁଧେଶ୍ୱର ଦେବଙ୍କ ପୀଠରେ ୪୪ତମ ବିଶ୍ୱଶାନ୍ତି ମହାଯଜ୍ଞ ସୋମବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି । ପବିତ୍ର ମହାଶିବ ରାତ୍ରରୁ ଘଟ  ସ୍ଥାପନ କରାଯିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପ୍ରତିଦିନ ସୂର୍ଯ୍ୟପୂଜା, ଗୋ ପୂଜା, ଶାଲାପୂଜା, ଗାୟତ୍ରୀମନ୍ତ୍ର, ଗୀତା ପାଠ ଆଦି ସ୍ରୋତିୟ ବାହ୍ମଣ ମାନଙ୍କ ଦ୍ୱାରା କରାଯାଇଥିଲା । ୪ ଦିନ ଧରି ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଆଜି ଯଜ୍ଞର ପୂର୍ଣ୍ଣାହୂତି ଦେଖିବା ସହ ଚଡୁଅନ୍ନ ପାଇବା ପାଇଁ ଶତାଧିକ ପୁରୁଷ ମହିଳା ମାନଙ୍କର ସମାବେଶ ହୋଇଥିଲା । ଅନୁଷ୍ଠିତ ଯଜ୍ଞରେ କର୍ତ୍ତା ଭାବେ ନବ କିଶୋର ଦାସ ଓ କର୍ତ୍ତିୀ ଭାବେ ସୁଲୋଚନା ଦାସ ରହିଥିଲେ । ୨୧ ଜଣ  କଳସ ବୁଡାଇଥିଲେ । ଯଶୁଆପୁର ଗ୍ରାମବାସୀ ମାନଙ୍କ ସହଯୋଗରେ ଯଜ୍ଞ ଅନୁଷ୍ଠିତ ହୋଇଆସୁଛି ।
ପିପିଲିରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts