ଆଇନ ସେବା ପ୍ରାଧିକରଣ ପକ୍ଷରୁ ସାଇବର ଲ ସଚେତନତା ଶିବିର
ସାକ୍ଷୀଗୋପାଳ ---- ପୁରୀ ଆଇନ ସେବା ପ୍ରାଧିକରଣ ପକ୍ଷରୁ ସତ୍ୟବାଦୀ ବ୍ଳକର ବଳପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିର ଆରମ୍ଭରୁ ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ । ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ଦେଶାତ୍ମକ ସଂଗୀତ ଗାନ କରାଯିବା ପରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନସେବା ପ୍ରଧିକରଣ ସଚ୍ଚିବ ଅମରେଶ ମହାପାତ୍ର ଯୋଗଦେଇ ସାଇବର ଲ, ବାର୍ଷିକ ୩ଲକ୍ଷ ଟଙ୍କାରୁ କମ ଆୟ କରୁଥିବା ଗରିବ, ବୟସ୍କ, ମହିଳା, ଭିନ୍ନକ୍ଷମ, ଶିଶୁ, ଦଙ୍ଗାଗସ୍ତ ଅସହାୟ , ବନ୍ୟା ଅଗ୍ନିଗ୍ରସ୍ତ ଓ ଏଚ ଆଇ ଭି ପିଡୀତ ମାନଙ୍କୁ ଆଇନସେବା ପ୍ରାଧିକରଣ ପକ୍ଷରୁ ସହାର୍ଯ୍ୟ ଓ ସହଯୋଗ ଦିଆଯାଇ ପାରିବ ବୋଲି ଶ୍ରୀ ମହାପାତ୍ର କହିଥିଲେ । ସମ୍ମାନୀତ ଅତିଥି ସତ୍ୟବାଦୀ ବ୍ଳକ ବିଡିଓ ସରୋଜ କୁମାର ଦତ୍ତ, ସତ୍ୟବାଦୀ ଥାନାର ସେକେଣ୍ଡ ଅଫିସର ମଞ୍ଜୁଲତା ଦେଇଳ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରହଲାଦ ଜେନା, ଶିକ୍ଷକ ବସନ୍ତ କୁମାର ମିଶ୍ର, ଫକିର ଚରଣ ବରାଳ, ସତ୍ୟବାଦୀ ଦାଶ, ଆଇନଜୀବୀ ତପନ କୁମାର କର, ବସନ୍ତ କୁମାର ମିଶ୍ର, ମନୋଜ କୁମାର ପଟ୍ଟନାୟକ, ସମ୍ବାଦିକ ଧୀରେନ୍ଦ୍ର ନାଥ ଦାସ, ସରପଞ୍ଚ ଚଞ୍ଚଳା ପାଣି, ତ୍ରିନାଥ ମହାପାତ୍ର ଓ ଶୁଶିଲ କୁମାର ସାହୁ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନ ଏହି ବିଭାଗ ଦ୍ୱାରା ଏହି ବ୍ୟକ୍ତି ବିଶେଷ ମାନେ ଚାହିଁଲେ ସେମାନଙ୍କୁ ବିନା ଅର୍ଥରେ ଆଇନସେବା ଯୋଗଇ ଦିଆଯାଉଛି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । । ଅତିଥି ପରିଚୟ ପ୍ରଦାନ କରିଥିଲେ ଆଇନଜୀବୀ ଉପେନ୍ଦ୍ର ବିଶ୍ୱାଳ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହି ଶିବିରରେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି