Breaking News

କୋଣାର୍କ ଥାନା ପକ୍ଷରୁ ‘ଆମ ପୁଲିସ’ କାର୍ଯ୍ୟକ୍ରମ

କୋଣାର୍କ ----ରାଜ୍ୟ ସରକାର ପୁଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ କରିବା ନିମନ୍ତେ  କୋଣାର୍କ ଥାନା ପକ୍ଷରୁ  ‘ଆମ ପୁଲିସ’ କାର୍ଯ୍ୟକ୍ରମ  ଥାନା ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ନିମାପଡା ଉପଖଣ୍ଡ ଅରକ୍ଷୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦଳାଇଙ୍କ ପୌରେହିତ୍ୟରେ ଆୟୋଜିତ ‘ଆମ ପୁଲିସ’ କାର୍ଯ୍ୟକ୍ରମରେ କୋଣାର୍କ ଥାନାଧିକାରୀ ରଞ୍ଜନ ମଲ୍ଲିକ, ଆମ ପୁଲିସର ସଂଯୋଜକ ରାମକୃଷ୍ଣ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ପୁଲିସ ଓ ସାଧାରଣ ଲୋକଙ୍କର କର୍ତ୍ତବ୍ୟ ସମ୍ପର୍କରେ ଅବଗତ କରାଇ ଥିଲେ । ଏହି ଅବସରରେ ମଞ୍ଚ ସମ୍ମୁଖରେ ଉପସ୍ଥିତ ଥିବା ଗଣମାଧ୍ୟମର ପ୍ରତିନିଧି, କୋଣାର୍କ ଥାନା ଅଧିନରେ ଥିବା ବିଭିନ୍ନ ପଞ୍ଚାୟତର ସରପଞ୍ଚ, ଲୋକ ପ୍ରତିନିଧି, ବୁଦ୍ଦିଜୀବୀ ଓ ସାଧାରଣ ଜନତା ସାମିଲ ହୋଇ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ  ଆଲୋଚନାରେ ଭାଗ ନେଇଥିଲେ । କେଉଁ କାରଣ ପାଇଁ  ପୁଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥପନ ହୋଇପାରୁ ନାହିଁ ଏହାକୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପୁଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସମନ୍ନୟର ଅଭାବ ଯୋଗୁଁ ଉଭୟଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହୋଇ ପାରୁ ନାହିଁ ବୋଲି ମତ ପ୍ରକାଶ ପାଇଥିଲା ।  ଉଭୟ  ସୁସ୍ଥ ମାନସିକତାରେ ସମନ୍ନୟ ସ୍ଥାପନ କରି କାର୍ଯ୍ୟ କଲେ ଅପରାଧ ନିୟନ୍ତ୍ରଣ ହେବା ସହ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ସର୍ବସମତି କ୍ରମେ  ମତ ପ୍ରକାଶ ପାଇଥିଲା । ଆମ ପୁଲିସର ଏହି କାର୍ଯ୍ୟକ୍ରମକୁ କୋଣାର୍କ ଥାନାର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ  କରିଥିଲେ ।
କୋଣ।।ର୍କରୁ ଅଜିତ କୁମାର ମଲିକ

Blog Archive

Popular Posts