Breaking News

ଜୟକୃଷ୍ଣ ବିଦ୍ୟାପୀଠ ବଡମଠ ଓ ଏସକେ ଏକାଡେମୀ ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ ଓ ଗୁରୁ ପୂଜନ

କୁଜଙ୍ଗ----ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଇବ୍ରିସିଂ ପଞ୍ଚାୟତ ଛତାମଠ ପରିସରରେ ଜୟ କୃଷ୍ଣ ବିଦ୍ୟାପୀଠ ବଡମଠର ୧୯୭୮ ମସିହା ବ୍ୟାଚର ବନ୍ଧୁ ମିଳନ ଓ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପୁରାତନ ଗୁରୁଜୀ ନିତ୍ୟାନନ୍ଦ ଲେଙ୍କା, ଅଶୋକ କୁମାର ଦାସ, ରବିନ୍ଦ୍ର ପରିଡାଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା । ପରେ ପରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ପୁରାତନ ବିଦ୍ୟାର୍ଥି କୈଳାସ ମହାରଣା ସଭାପତିତ୍ୱ କରିଥିଲେ । ପୁରାତନ ଛାତ୍ର ନିକୁଞ୍ଜ ଜେନା, ସର୍ବେଶ୍ୱର ନାୟକ, ରବିନ୍ଦ୍ର ଦାସ, ମାଧବ ପାଣି, ରମେଶ ଦାସ, ଧିରେନ୍ଦ୍ର ଦାସ, ଦେବେନ୍ଦ୍ର ରାଉତ, ପ୍ରଭାତ ମହାପାତ୍ର, ପ୍ରସନ୍ନ ମିଶ୍ର, କିରଣବାଳା ମିଶ୍ର, ଅଞ୍ଜଳୀ ଦାସ, କାମିନୀ ରାଉତ ପ୍ରମୁଖ ଉପସ୍ଥିତ ରହି ଗୁରୁ ପୂଜନ କରି ଆଶିର୍ବାଦ ଭିକ୍ଷା କରିବା ସହ ସ୍କୁଲ ଜୀବନର ସ୍ମୃତି ମନେପକାଇଥିଲେ । ସେହିପରି ଧଳତଙ୍ଗଗଡ ଠାରେ ଏସକେ ଏକାଡେମୀ ୧୯୭୯ ମାଟ୍ରିକ ବ୍ୟାଚ ଛାତ୍ରଙ୍କ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରାତନ ଛାତ୍ରମାନେ ବିଦ୍ୟାଳୟର ଜୀବନର ସ୍ମୃତି ସ୍ମରଣକରି   ନିଜ ଛାତ୍ର ଜୀବନର ଅନୁଭୁତି ରୋମନ୍ଥନ କରିଥିଲେ । ଉକ୍ତ ବିଦ୍ୟାଳୟର ଉନ୍ନତି ପାଇଁ ସହଯୋଗ ରହିବ ବୋଲି ପ୍ରସ୍ତାବ ପାରିତ ହୋଇଥିଲା । ଏଥିରେ ପୁରାତନ ଛାତ୍ର ତଥା ତିର୍ତ୍ତୋଲ ବ୍ଲକ ବିଜେଡି ସଭାପତି ବସନ୍ତ କୁମାର ମହାପାତ୍ର, ଶାନ୍ତନୁ ପରିଡା, ଅଜୟ କୁମାର ମହାପାତ୍ର, ଭ୍ରମରବର, ସଞ୍ଜୟ କୁମାର ଦାସ, ବିଜୟ କୁମାର ମହାପାତ୍ର, ଅନନ୍ତ ଚରଣ ପରିଡା, ରଶ୍ମିକାନ୍ତ ବେହେରା, ସନ୍ଦୀପ୍ତ କୁମାର ମହାନ୍ତି, ଅଶୋକ କୁମାର ଦାସ, ରଜତ କୁମାର ପରିଡା, ଲକ୍ଷ୍ମୀଧର ପରିଡା, ସୋମନାଥ ସ୍ୱାଇଁ, ବିମଳ ମହାପାତ୍ର, କୃତିବାସ ରାଉତ, ଜନାର୍ଦ୍ଦନ ବାରିକ, ରଞ୍ଜିତ ମହାନ୍ତି, ପ୍ରମୋଦ କୁମାର ଦାସ, ଅଜୟ କୁମାର ଦତ୍ତ ପ୍ରମୁଖ ଯୋଗଦେଇଥିଲେ ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର

Blog Archive

Popular Posts