କାନ୍ଦି କନ୍ଦାଇ ସରକାରୀ କାର୍ଯ୍ୟରୁ ବିଦାୟ ନେଲେ ଗୁରୁ...
ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପାଣ୍ଡବ ସାମଢ଼ଙ୍କୁ ଅଵସରକାଳୀନ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ସ୍କୁଲ ପରିଚାଳନା କମିଟିର ସଭାପତି ବିଜୟ ମେହେରଙ୍କ ଅଧ୍ୟକ୍ଷତା କରିଥିଲେ । ଟୋପ ହାଇସ୍କୁଲର ପ୍ରଧାନଶିକ୍ଷକ ବାଳମୁକୁନ୍ଦ ସାହୁ ମୂଖ୍ୟ ଅତିଥି,
ସିଆରସିସି ମନୋରଞ୍ଜନ ମିଶ୍ର ସମ୍ବାନୀତ ଅତିଥି, ଶିକ୍ଷକ ଦେବରାଜ ବେହେରା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ଶିକ୍ଷକ ରବି ପ୍ରଧାନ ସଭା ପରିଚାଳନା କରିଥିଲେ । ଗ୍ରାମର ତଥା ସ୍କୁଲର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି କୁଶ ସାହୁ,ନୀଳମଣି ଗଡ଼ତିଆ, ଭାଗୀରଥି ମେହେର, ସିଂହପାଲି ସ୍କୁଲର ପ୍ରଧାନ ଶିକ୍ଷକ ଲୋକନାଥ ମହାନ୍ଦନ, ଭକ୍ତ ଚରଣ ମଲ୍ଲିକ, ସୁରେନ୍ଦ୍ର ମେହେର ପ୍ରମୁଖ ମଞ୍ଚାସିନ ଥିଲେ।ପ୍ରଥମେ ଗୁରୁ ଶିଷ୍ୟ ପରମ୍ପରାରେ ଗୁରୁ ପୂଜନ କରିବା ସହ ଅତିଥି ତଥା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାମଢ଼ ଙ୍କୁ ଫୁଲ ଚନ୍ଦନରେ ଦେଇ ପାଦ ଧୌତ ପୂର୍ବକ ଗୁରୁ ପୂଜନ କରି ଅତିଥି ତଥା ଗ୍ରାମର ଶିକ୍ଷକ ପ୍ରେମୀ ମାନଙ୍କ ଦ୍ୱାରା ଫୁଲତୋଡା,
ଉପଢୌକନ ସହ ପୁଷ୍ପମାଲ୍ୟ ଅର୍ପଣକରି ସମ୍ବର୍ଦ୍ଧିତ କରିବା ସହ ସ୍କୁଲରୁ ଏକ ବିଶାଳ ବିଦାୟ କାଳୀନ ଶୋଭଯାତ୍ରା ବାହାରି ଗ୍ରାମ ପରିକ୍ରମା ସହ ତାଙ୍କୁ ଗାଁର ପ୍ରତି ଛକରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେ ସମାୟାନୁବର୍ତିତା ରହି ନିଜର କର୍ତ୍ତବ୍ୟକୁ ନିଷ୍ଠାପର ଭାବେ ପାଞ୍ଚ ବର୍ଷ କାଳରେ ଦୁଇ ଜଣ ପଠାଣି ସାମନ୍ତ, ଜଣେ ନବୋଦୟ ଓ ଆଠଜଣ ବୃତ୍ତି ପାଇଥିବା ଅଞ୍ଚଳ ତଥା ବ୍ଲକପାଇଁ ଗର୍ବ ଓ ଗୌରବ ଆଣି ଦେଇଥିଲେ।ଏଥିରେସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ,ଶିକ୍ଷୟିତ୍ରୀ, ଅଭିଭାବକ,ଅଭିଭାବିକା,ଗ୍ରାମର ଆବାଲ ବୃଦ୍ଧବନିତା ଶିକ୍ଷକଙ୍କୁ ବିଦାୟ ଦେବା ସମୟରେ କାନ୍ଦି ଭାବବିହ୍ଵଳ ହୋଇ ଯାଇଥିଲେ। ଏଥିରେ ପ୍ରଧାନଶିକ୍ଷକ ଅବସର ନେଇଥିଲେ ହେଲେ ଗାଁରେ ତଥା ଛାତ୍ରଛାତ୍ରୀମାନଙ୍କ ଗହଣରେ ସେ ମଧ୍ୟ କାନ୍ଦି କନ୍ଦାଇ ଚାଲିଥିବା ଦୃଶ୍ୟ ଅଞ୍ଚଳରେ ଚିର ସ୍ମରଣୀୟ ହୋଇ ରହିବ ବୋଲି ଗ୍ରାମବାସୀ ତଥା ଛାତ୍ରଛାତ୍ରୀ ମାନେ କହିଥିଲେ।ପରିଶେଷରେ ଶିକ୍ଷକ ଲମ୍ବୋଦର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ....