ନବଜ୍ୟୋତି ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକର ଧାନକେରା ଗ୍ରାମ ପଞ୍ଚାୟତରେ ଥିବା ନବଜ୍ୟୋତି ବିଦ୍ୟାମନ୍ଦିର ପରିସରରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ପ୍ରଫେସର ଡ. ଭାଗ୍ୟଧର ମହାନ୍ତି ସଭାରେ ସଭାପତିତ୍ୱ କରିଥିଲେ । ଅନୁଷ୍ଠିତ ସଭାରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଜ ପ୍ରସନ୍ନ କୁମାର ଜେନା,ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ . ସମିତିସଭ୍ୟା ପ୍ରିତିଲତା ସେନାପତି ଓ ମୁଖ୍ୟବକ୍ତା ମମତା ମିଶ୍ର ମଣ୍ଡଳ ଶିକ୍ଷା ଅଧିକାରୀ ପୁରୀ ସଦର ଯୋଗଦେଇ ପିଲା ମାନଙ୍କୁ ସଠିକ ମାଗରେ ଶିକ୍ଷା କରିବା ଗୁରୁ ବା ଗୁରୁଜନ ମାନଙ୍କୁ ସମ୍ମାନ ଜଣାଇବା ସହ କ୍ରୀଡା, ଶିକ୍ଷା , ସେବା ଆଦିରେ ମନ ନିବେଶ କରିବା ପାଇଁ ଅତିଥି ମାନେ ମତ ପ୍ରକାଶ କରିଥିଲେ । ବିଦ୍ୟାଳୟର ପ୍ରାଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ରାୟ ବିଦ୍ୟାଳୟର ବାର୍ଷିକ ବିବରଣି ପାଠ କରିଥିଲେ । ବିଦ୍ୟାଳୟ ପକ୍ଷରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି