Breaking News

ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଚାଲିଛି ଶିକ୍ଷାଦାନ ; ପ୍ରଶାସନ ନିରବଦ୍ରଷ୍ଟା

ବେଗୁନିଆ---- ବେଗୁନିଆ ବ୍ଲକର ସିକୋ ପଞ୍ଚାୟତର ପିଣ୍ଡାମୂଳର  ୧ ନମ୍ବର ୱାର୍ଡର ଅବସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ।ଏହି  ବିଦ୍ୟାଳୟର ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଦାନ ଚାଲିଛି । ୫୭ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବାର ଜଣାପଡିଛି । ଉକ୍ତ ବିଦ୍ୟାଳୟଟି୧୯୬୭ ମସିହାରେ ସ୍ଥାପିତ ହୋଇଥିଲା । ଏଠାରେ କେବଳ ଆଦିବାସୀ ଓ ହରିଜନ ସଂପ୍ରଦାୟର  ପିଲା ପାଠପଢୁଛନ୍ତି । ବିଦ୍ୟାଳୟ ସ୍ଥାପିତ ହେବାର ଦୀର୍ଘ ୫୩ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗୋଟିଏ  ଶ୍ରେଣୀ ଗୃହରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫୭ ଜଣ ଛାତ୍ରଛାତ୍ରୀ କିପରି ଅଧ୍ୟୟନ କରୁଥିବେ ତାହା  ଏଥିରୁ ସ୍ପଷ୍ଟ ଅନୁମେୟ । ପ୍ରଶାସନର ଜ୍ଞାତସାରରେ  ବିଦ୍ୟାଳୟଟି  ଚାଲୁଥିଲେ ମଧ୍ୟ ପ୍ରଶାସନ ଏଠାରେ ନିରବଦ୍ରଷ୍ଟା ସାଜିବା ସ୍ଥାନୀୟ ଜନସାଧାରଣଙ୍କୁ  ଆଚମ୍ଭିତ କରିଛି ।  ମୋ ସରକାରରେ ଶିକ୍ଷା ବିଭାଗ ଯାଇଛି । ରାଜ୍ୟ ସରକାର ଶିକ୍ଷାର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବାହାବା ନେଉଛନ୍ତି । ମନ୍ତ୍ରୀ , ସଚ୍ଚିବ ବିଭିନ୍ନ ପଦାଧିକାରୀ ବିଦ୍ୟାଳୟ ପରିଦର୍ଶନ କରି ମଧ୍ୟାହ୍ନ ଭୋଜନ ଖାଦ୍ୟ ଖାଇବା ସହ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇ ଚର୍ଚ୍ଚାକୁ ଆସିଛନ୍ତି ।ସରାକର ଆଦିବାସି ଓ ହରିଜନ ଛାତ୍ରଛାତ୍ରୀ ମାନଙ୍କର କିପରି ଉନ୍ନତି କରୁଛନ୍ତି ତାହା ଏହି ବିଦ୍ୟାଳୟ ଜ୍ୱଳନ୍ତ ପ୍ରମାଣ ଦେଉଛି ।   ବେଗୁନିଆ ବ୍ଳକରେ ଏପରି ଏକ ବିଦ୍ୟାଳୟ ରହିଛି ଯେଉଁଠିକି ସବୁ କ୍ଷେତ୍ରରେ ଅବହେଳିତ ଅବସ୍ଥାରେ ରହିଛି ।  ଏଠାରେ କେବଳ  ଦୁଇ ଜଣ ଶିକ୍ଷୟିତ୍ରୀ  ଛାତ୍ରଛାତ୍ରୀ ମାନଙ୍କୁ  ବାରଣ୍ଡା କିମ୍ବା ଗଛ ମୂଳରେ ବସାଇ ଶିକ୍ଷାଦାନ କରିଥାନ୍ତି । ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ  ସୁବାସିନୀ ସ୍ୱାଇଁଙ୍କୁ ପଚାରିବାରେ କହିଥିଲେ ଉଚ୍ଚ କର୍ତୁପକ୍ଷଙ୍କୁ ଅବଗତ କରାଯାଇଛି ।  ତୁରନ୍ତ ଏଠାରେ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ  ସାଧାରଣରେ ଦାବୀ ହେଉଛି ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts