Breaking News

ମଦବିକ୍ରୀ ଅଭିଯୋଗରେ ଜଣେ ଗିରଫ

ବେଗୁନିଆ----ବେଗୁନିଆ ବ୍ଲକ ଅନ୍ତର୍ଗତ  ପଙ୍ଗାରସିଂହ ନିକଟରୁ  ଜଣେ ମଦବେପାରୀଙ୍କୁ  ସ୍ଥାନୀୟ ପୋଲିସ ଗିରଫ କରିଛି । ତାଙ୍କ ଠାରୁ  ୨୧ ବୋତଲ ଆସ୍କାଫର୍ଟି  ଜବତ କରି କୋର୍ଟ ଚାଲାଣ କରିଛି । ବାଘମାରୀ ଥାନା ପୋଲିସ ସୂଚନା ମୁତାବକ  ସାନ ତୁଳସୀପୁର ଗ୍ରାମର ପ୍ରମୋଦ ମଲ୍ଲିକ ଓରଫ କାଶି  ଦୀର୍ଘ ଦିନଧରି  ଅଂଚଳରେ ଦେଶୀ ମଦ ବିକ୍ରୀ କରି ଆସୁଥିଲା । ଆଜି ପୋଲିସ ଖବର ପାଇ ଅତର୍କିତ ଭାବରେ ଚଢାଉ କରି  ମଦକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା 

Blog Archive

Popular Posts