୩୪ ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ-୨୦୨୦ ଉଦଯାପିତ
କୋଣାର୍କ ----ସ୍ୱର୍ଗୀୟ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟମଣ୍ଡପ ପକ୍ଷରୁ ଆୟୋଜିତ ତ୍ରିଦିବସୀୟ ୩୪ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ-୨୦୨୦ ଶୁକ୍ରବାର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି । ଲୋକସେବକ ମଣ୍ଡଳର ସଦସ୍ୟ ସୂର୍ଯ୍ୟ ରଥ, କବି, ଲେଖକ ତଥା ରାଜନେତା ଶଙ୍ଗର ପରିଡା, ସ୍ୱର୍ଗତ ଓଡିଶୀ ନୃତ୍ୟ ଗରୁ ପଦ୍ମଶ୍ରୀ ଗଙ୍ଗାଧର ପ୍ରଧାନଙ୍କ ସହଧର୍ମିଣୀ ସୁଲୋଚନା ପ୍ରଧାନ ପ୍ରଦୀପ ପଜ୍ଜ୍ୱଳନ କରି ଉଦ୍ଯାପିତ କରିଥିଲେ । ଉଦଯାପୀ ସନ୍ଧ୍ୟାର ପ୍ରାରମ୍ଭରେ ପାରମ୍ପରିକ ରୀତି ନୀତିରେ ନାଟ୍ୟମଣ୍ଡପର ଗୋଟିପୁଅ ନୃତ୍ୟ , କଟକର ପ୍ରକ୍ଷାତ ସୀତାରବାଦକ ଗୁରୁ ରବିଶଙ୍ଗର ପ୍ରଧାନଙ୍କ ଦ୍ୱାରା ବିଭିନ୍ନ ରାଗତାଳ ଆଧାରରେ ସୀତାର ବାଦନ କରାଯାଇଥିଲା । ଭୁବନେଶ୍ୱରର ଶ୍ରୀ ରାଧା କଳାକୁଞ୍ଜ ଅନୁଷ୍ଠାନର ଗୁରୁ ମନୋରଞ୍ଜନ ପ୍ରଧାନ, ଗୁରୁ ମିନତୀ ପ୍ରଧାନ ଓ ସାଥିଙ୍କ ପକ୍ଷରୁ ଅର୍ଧନାରିଶ୍ୱର ଓ ଦେବ ଦେବ ମହାଦେବଙ୍କ ଶିବତାଣ୍ଡବ ନୃତ୍ୟକୁ ଓଡିଶୀ ନୃତ୍ୟାଭିନୟରେ ପ୍ରତିପାଦିତ କରିଥିଲେ ।ଶେଷରେ ମୟୁରଭଞ୍ଜର ଗୋକୁଳ ଚରଣ ଛଉ ନୃତ୍ୟ ପ୍ରତିଷ୍ଠାନର କଳାକାରମାନଙ୍କ ଦ୍ୱାରା ଛଉନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଉଲ୍ଳେକ୍ଷନୀୟ ଅବଦାନ ପାଇଁ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସ୍ୱର୍ଗୀୟ ନୃତ୍ୟ ଗୁରୁ ପଦ୍ମଶ୍ରୀ ଡ. ମିନତୀ ମିଶ୍ରଙ୍କୁ ଗୁରୁ ଗଙ୍ଗାଧର ପ୍ରଧାନ ଲାଇଫ ଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡ ମରଣଉପରାନ୍ତ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଉଦ୍ଯାପନୀ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଓଡିଆରେ ଡ. ମୃତ୍ୟୁଞ୍ଜୟ ରଥ ଓ ଇଂରାଜୀରେ ସିନ୍ଧୁ ବ୍ରାଉନ ସଞ୍ଜୋଜନା କରିଥିବା ବେଳେ କୋଣାର୍କ ନାଟ୍ୟମଣ୍ଡପର ଉପଦେଷ୍ଠା ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ସମ୍ପାଦକ ଶିବାଶିଷ ପ୍ରଧାନ, କାର୍ଯ୍ୟନିର୍ବାହୀ ସଭାପତି ଡ. ରମଣୀରଞ୍ଜନ ଜେନା, ଉପସଭାପତି ପ୍ରସନ୍ନ ବେଉରିଆ, ଯୁଗ୍ମସମ୍ପାଦକ ଗୁରୁପଦ ବଳିଆରସିଂହ, ଗୁରୁ ଜୟକୃଷ୍ଣ ନାୟକ, କୋଷାଧ୍ୟକ୍ଷ ସୁଦେଷ୍ନା ସାସମଲ, ସଞ୍ଜୀବନୀ ପ୍ରଧାନ, ସସ୍ମିତା ଖଣ୍ଡାୟତରାୟ, ଧର୍ମଦତ ଖଣ୍ଡାୟତରାୟ, ଓଡିଶୀ ନୃତ୍ୟଗୁରୁ ବିଷ୍ଣୁଚରଣ ସାସମଲ ଓ ଜଟାଧାରୀ ସ୍ୱାଇଁଙ୍କ ସମେତ ନାଟ୍ୟମଣ୍ଡପର ଅନ୍ତେବାସୀ କାଳାକାରମାନେ ଉତ୍ସବ ପରିଚାଳନା କରିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ