ସାକ୍ଷୀଗୋପାଳ ଥାନାର ବିଚିତ୍ର ନିୟମ ; ଅଭିଯୋଗ କାରୀ ପାଉଛନ୍ତି ଦଣ୍ଡ
ସାକ୍ଷୀଗୋପାଳ ------ ସତ୍ୟବାଦୀ ଥାନାକୁ ଆପଣ ଅଭିଯୋଗ କରିବା ପାଇଁ ଯାଉଛନ୍ତିକି ହୁସିଆର ଆପଣ ଆଗ ଗିରଫ ହେବେ । ସେଥିପାଇଁ ଆପଣଙ୍କ ପାଖରେ ରାଜନେତା, ଅର୍ଥ, ନଚେତ ଆପଣଙ୍କର ସମ୍ପକୀୟ ଯଦି ପୋଲିସ କର୍ମଚାରୀ ବା ଉଚ୍ଚ ପଦସ୍ଥ ଅଧିକାରୀ ଅଛନ୍ତି ତାହେଲେ ଥାନାକୁ ଯାଅନ୍ତୁ । ନଚେତ ନିଜ ଭାଗ୍ୟ ଆଦେରି ଘରେ ରହିଯାଆନ୍ତୁ । ଏପରିକି ଜଣେ ବ୍ୟକ୍ତି ନ୍ୟାୟ ପାଇବା ପାଇଁ ଡିଆଇଜିଙ୍କ ଅଭିଯୋଗ ପକୋଷ୍ଠରେ ଅଭିଯୋଗ କରିଥିଲା । ଅଭିଯୋଗ ବିଚାର କଲେ ଅଧିକାରୀ । ସେ ଘରେ ପହଞ୍ଚିବା ପରେ ସତ୍ୟବାଦୀ ପୋଲିସ ତାଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଥିଲେ । ଏହି ହେଉଛି ପୋଲିସ ବିଭାଗର ନ୍ୟାୟ । ରାଜ୍ୟ ସରକାର ୫ଟି ଲାଗୁ ହେବା ପରେ ସତ୍ୟବାଦୀ ଥାନରେ ନୀତି ନିୟମ ସମ୍ପୁର୍ଣ୍ଣ ବଦଳି ଯାଇଛି । ଅଭିଯୋଗ କାରୀଙ୍କୁ ନ୍ୟାୟ ପରିବର୍ତ୍ତେ ମିଳୁଛି ଦଣ୍ଡ । ଏ ସମ୍ପର୍କରେ ଅଭିଯୋଗ ପୁରୀ ଏସପିଙ୍କୁ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକାର ମିଳୁନାହିଁ । ଲୋକମାନେ ସତ୍ୟବାଦୀ ଥାନା ଉପରୁ ଆସ୍ଥା ହରାଇ ବସିଲେଣି । ଅନ୍ୟ ପକ୍ଷେ ରାଜ୍ୟ ସରକାର ଆମ ପୋଲିସ କାର୍ଯ୍ୟକ୍ରମ କରି ଲୋକଙ୍କ ପାଖରେ ପୋଲିସ ପହଞ୍ଚିବା ପାଇଁ କରିଛନ୍ତି ଯୋଜନା । ଏଠାରେ ଆମ ପୋଲିସ କାର୍ଯ୍ୟକ୍ରମ କେତେବେଳେ ହୁଏ ତାହା କେବଳ ଥାନା ଅଧିକାରୀ ଜାଣନ୍ତି । ସୁଚନାଯୋଗ୍ୟ ଯେ ଆଜି ସତ୍ୟବାଦୀ ଥାନାରେ ଭୁବନେଶ୍ୱର କଳ୍ପନା ଛକର କେତେକ ଦିନ ମଜୁରିଆ ମାନେ ଥାନାରେ ଅଭିଯୋଗ କରିଥିଲେ ଯେ ସେମାନଙ୍କୁ କାମ କରାଇ ପାରିଶ୍ରମିକ ନ ଦେଇ ଭୋକ ଉପାସରେ ଛାଡି ଥିବା ଅଭିଯୋଗ କରିଥିଲେ । ସତ୍ୟବାଦୀ ଥାନା ଅନ୍ତର୍ଗତ ସାରଙ୍ଗଯୋଡି ଗ୍ରାମର ବାଇଁଶିବାଡି ଗ୍ରାମର ଜନୈକ ବ୍ୟକ୍ତି କାମ କରିବା ପାଇଁ ୧୬ ଜଣଙ୍କୁ ଭୁବନେଶ୍ୱର କଳ୍ପନା ଛକରୁ ଶନିବାର ଦିନ ଆଣିଥିଲେ । ତାଙ୍କର ଘର ଛାତ କାମ ପାଇଁ । ମାତ୍ର କାମ ନ ସରିବାରୁ ମୁଳିଆ ମାନେ ଅଧିକ ମଜୁରୀ ନେବା ପାଇଁ କହିଥିଲେ । ଏପରିକି ଜଣଙ୍କୁ ୧୮ଶହ ଟଙ୍କା ଦେବା ପାଇଁ ନିସ୍ପତି ହେବା ପରେ କାମ କରିଥିଲେ । ରାତି ଯାକ କାମ କରିବା ପରେ ଭୋର ୪ଟା ରେ କାମ ସରିଥିଲା । ମଜୁରୀ ମାଗିବାରୁ ସେମାନଙ୍କୁ ବକାବନା କରିବା ସହ ଧମକ ଦେଇଥିଲେ ବୋଲି ଦାଶରଥି ବେହେରା, ଚୈତନ୍ୟ ବେହେରା, ଉବି ବେହେରା, ଅନୁସୟା ବେହେରା, ଡଲି ବେହେରା, ଏମ ଭାରତୀ ପ୍ରମୁଖ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଶେଷରେ ଥାନା ଅଧିକାରୀ ସେମାନଙ୍କୁ ବିଭିନ୍ନ ପ୍ରକାରର ଧମକ ଚମକ ଦେଇ ଶ୍ରୀ ମିଶ୍ରଙ୍କ ସହିତ ପଛ ପଟିଆ କାରବାର କରି ପ୍ରତି ମୁଳିଆଙ୍କୁ ୧ ହଜାର ଟଙ୍କା ଲେଖାଏଁ ଦେଇ ଅଭିଯୋଗ ରଫା ଦଫା କରିଥିବା ଜଣାପଡିଛି । ମାତ୍ର ମୁଲିଆ ମାନେ ଦିନ ଯାକ କାମ କରି ସେମାନଙ୍କ ନ୍ୟାର୍ଯ୍ୟ ପାଉଣା ନ ପାଇ ମନ ଦୁଖଃରେ ଯାଇଥିବା ଜଣାପଡିଛି । ସେହିପରି ଜଣେ ମହିଳା ଥାନାରେ ତିନିଥର ଅଭିଯୋଗ କରିବା ପରେ ତାଙ୍କ ଅଭିଯୋଗ ଗ୍ରହଣ କରାଯାଉନାହିଁ ବୋଲି ସତ୍ୟବାଦୀ ଥାନା ଅନ୍ତର୍ଗତ ଦାସବିଦ୍ୟାଧରପୁରର ଡାହଲପଡା ଗ୍ରାମର ମାନୀନି ସାହୁ ଏହି ଅଭିଯୋଗ ଆଣିଛନ୍ତି । ତାଙ୍କୁ ଓ ତାଙ୍କ ପରିବାରକୁ ଜନୈକ୍ୟ ବ୍ୟକ୍ତି ଅଶ୍ଳଳ ଭାଷାରେ ଗାଳି ଗୁଳଜ କରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇ ଆସୁଛନ୍ତି । ଏପରିକି ତାଙ୍କ ସ୍ୱାମୀ ଓ ପୁଅ ଝିଅ ରାସ୍ତାରେ ଗଲା ବେଳେ ତାଙ୍କୁ ଉକ୍ତ ପରିବାର ଅସଭ୍ୟ ଭାଷାରେ ଗାଳି ଗୁଳଜ ଦେଉଛନ୍ତି । ଏପରିକି କିଛି ଅସମାଜିକ ଯୁବକଙ୍କ ଦ୍ୱାରା ତାଙ୍କ ଘର ଉପରକୁ ଡୋଲା ମାଡ ଅତିତରେ କରାଯାଇଥିଲା । ମାନୀନି ଥାନାରେ ତିନିଥର ଉକ୍ତ ବ୍ୟକ୍ତିଙ୍କ ନାମରେ ଅଭିଯୋଗ କରିଛନ୍ତି ବୋଲି କହନ୍ତି । ଥାନା ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଶନିବାର ପୁନରାୟ ଥାନାରେ ସେ ଅଭିଯୋଗ କରିଥିବାର ଜଣାପଡିଛି । ଦେଖାଯାଉ ପୁରୀ ଏସପି ଓ ରାଜ୍ୟ ସରକାରଙ୍କ ୫ଟି ସଚ୍ଚିବ ଏହି ମହିଳାଙ୍କୁ କେବେ ନ୍ୟାୟ ପ୍ରଦାନ କରିବେ ଦେଖିବାକୁ ରହିଲା ।
ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ
ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ