ଆବାସ ଯୋଜନା ଚୟନରେ ଅନିୟମିତତା; ସରକାରଙ୍କ ନିତି ନିୟମକୁ କୁଜଙ୍ଗ ବ୍ଲକରେ ଉଲଙ୍ଘନ
କୁଜଙ୍ଗ---- କୁଜଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତରେ ପିଇଓ ଓ ଜିଆର୍ଏସ୍ଙ୍କ ମନମୁଖୀ କାର୍ଯ୍ୟ କରୁଥିବାର ଅଭିଯୋଗ ମାନ ହୋଇଛି । ୪ଜଣ ପିଇଓ କୁଜଙ୍ଗ ବ୍ଲକରେ ଆଟାଚ୍ ହୋଇଥିଲା ବେଳେ ଜଣେ ପିଇଓ ତିନି ତିନୋଟି ପଂଚାୟତ ଦାୟିତ୍ୱରେ ଅଛନ୍ତି । କୁଜଙ୍ଗ ପଞ୍ଚାୟତରେ ଥିବା ପିଇଓ ପ୍ରତ୍ୟେକ ଦିନ କାର୍ଯ୍ୟାଳୟକୁ ଆସନ୍ତିନାହିଁ ବୋଲି ପଞ୍ଚାୟତ ଅଧିବାସୀ ମାନେ କହନ୍ତି । ସେହିପରି ଆବାସ ଯୋଜନାରେ ବିଭିନ୍ନ ପଞ୍ଚାୟତରେ ବ୍ୟାପକ ଅନୀୟମିତା ହୋଇଛି ବୋଲି ହିତାଧିକାରୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପିଇଓ ଓ ଜିଆରଏସ୍ ମାନେ ମନ ଇଚ୍ଛା ହିତାଧିକାରୀ ଚୟନ କରିଛନ୍ତି । ଯାହାଫଳରେ ଅନେକ ଯୋଗ୍ୟ ହିତାଧିକାରୀ ମାନେ ଆବାସ ଯୋଜନା ତାଲିକାରୁ ବାଦ୍ ପଡିଛନ୍ତି ବୋଲି ଅଭିଯୋଗ ହୋଇଛି । ଜିଲ୍ଲା ପାଳଙ୍କ ନିର୍ଦ୍ଦେଶ ମତେ ଜିଆରଏସ୍ ମାନେ ଅନ୍ୟାନ୍ୟ ବ୍ଲକକୁ ବଦଳି ହୋଇଥିଲେ । କୁଜଙ୍ଗ ବ୍ଲକରେ ଜିଆର୍ଏସ୍ ମାନଙ୍କୁ ବିଡିଓ ଅନ୍ୟାନ୍ୟ ପଞ୍ଚାୟତକୁ ବଦଳି କରିଥିଲେ ହେଁ କେହି ଜଣେ ଜିଆର୍ଏସ୍ ବଦଳି ହୋଇଥିବା ସ୍ଥାନରେ କାର୍ଯ୍ୟ କରୁନଥିବାର ଦେଖିବାକୁ ମିଳୁଛି । ଜଣେ ପିଇଓ କୁଜଙ୍ଗ, ବାଗୋଇ ଓ ବାଲିଆରେ ଥିବାରୁ ପଞ୍ଚାୟତର କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇ ପାରୁନାହିଁ । କୁଜଙ୍ଗ ବ୍ଲକରେ ଆବାସ ଯୋଜନାରେ ସରକାରଙ୍କ ନିତି ନିୟମକୁ ଖୋଲମ୍ ଖୋଲା ଢ଼ଙ୍ଗରେ ଉଲଙ୍ଗନ କରାଯାଇଛି । କୁଜଙ୍ଗ ବ୍ଳକରେ ଅଯୋଗ୍ୟଙ୍କୁ ହିତାଧିକାର ଚୟନ କରାଯାଇଛି । ପ୍ରକାଶ ଯୋ ଚଳିତ ମାସ ୧୦ତାରିଖରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଚଳିତ ମାସ ହିତାଧିକାରୀଙ୍କ ନାମ ତାଲିକା ପଞ୍ଚାୟତ କାନ୍ଥରେ ମରାଯାଇଥିଲା । ୫ଦିନ ମଧ୍ୟରେ ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀମାନେ ସାମିଲ ହେବାକୁ ବ୍ଲକରେ ଦରଖାସ୍ଥ ପକାଇବାକୁ ଅଭିଯୋଗ ବାକ୍ସ ମଧ୍ୟ ରଖାଯାଇଥିଲା । ହେଲେ ଏହି ଆବାସ ତାଲିକା କୌଣସି ଅଙ୍ଗନ ବାଡି କେନ୍ଦ୍ର, ପ୍ରଥମିକ ବିଦ୍ୟାଳୟ ଓ ସ୍ୱସ୍ଥ୍ୟ କାନ୍ଥରେ ସାର୍ବଜନିନ ଲଗାଯିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲେ ହେଁ ତାହା କରାଯାଇ ନାହିଁ । ପଞ୍ଚାୟତ କାନ୍ଥରେ ମରାଯାଇଥିବା ତାଲିକାକୁ କୁଜଙ୍ଗ ବ୍ଲକର ସମସ୍ତ ପଂଚାୟତରେ ସେହି ଦିନ ହିଁ ଚିରା ଯାଇଥିବାରୁ ବହୁ ହିତାଧିକାରୀ ସମାସ୍ୟାରେ ପଡିଛନ୍ତି । ଏଣୁ ତୁରନ୍ତ ପଞ୍ଚାୟତ ରାଜ ଆଇନିକୁ ଖୋଲମ୍ ଖୋଲା ଉଲଙ୍ଘନ କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ସର୍ବସାଧାରଣରେ ଦାବି ହୋଇଛି । ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର