Breaking News

ବିଦ୍ୟୁତ ତାର ଲାଗି ଜଳିଗଲା ଛଣ ଗାଡି ; ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ


 ସାକ୍ଷୀଗୋପାଳ ----- ବିଦ୍ୟୁତ ତାର ଲାଗି ଏକ ଛଣ ବୋଝେଇ ଗାଡି ସୋମବାର ଅପରାହ୍ନରେ ଜଳି ଯାଇଛି । ଗ୍ରାମର ଯୁବକ ମାନଙ୍କ ଯୋଗୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଗାଡି ଚାଳକଙ୍କ ସହିତ ଅନ୍ୟ ଦୁଇଜଣ ବ୍ୟକ୍ତି । ସୁଚନାଯୋଗ୍ୟ ଯେ  ବାତ୍ୟା ପରଠାରୁ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ମାଲାମାଲା ହୋଇପଡିଛନ୍ତି । ଏପରିକି ସାକ୍ଷୀଗୋପାଳରେ ଥିବା ତମ୍ଭା ତାର ଗୁଡିକ ଖୋଲି ନେଇ ଚୋରି ହୋଇଯାଇଛି କହି ନୂତନ କେବୁଲ ଲଗାଇଲେ । ଏପରିକି ଗୋଟିଏ ଯାଗାକୁ ଦୁଇ ଦୁଇଥର କେବୁଲ ମଞ୍ଜୁର କରାଯାଇଛି । ଏବେ ବି ଅନେକ ଯାଗାରେ ବିଦ୍ୟୁତ ତାର ମୁଣ୍ଡ ଉପରେ ଓହଳିକି ରହିଛି । ସେତିକି ନୁହେଁ କେବୁଲ ତାର ଛିଣ୍ଡା ଯାଗାରେ ଲୁଗାଜରି ଗୁଡା ଯାଇଛି । ଅଧିକାଂଶ ସମୟରେ ସେଥିରୁ ନିଆଁ ବାହାରୁଛି । କେତେବେଳେ ଖ’ଣ ଘଟିବ କହି ହୋଉନାହିଁ । ସତ୍ୟବାଦୀ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବେଣାକେରା ଗ୍ରାମର ମା ଡୁଗୁରେଇ ଠାକୁରାଣୀଙ୍କ ମନ୍ଦିର ପାଖରେ ବିଦ୍ୟୁତ ତାର ବାତ୍ୟା ପରଠାରୁ ରାସ୍ତା ଉପରେ ଓହଳିକି ରହିଥିଲା । ଏ ସମ୍ପର୍କରେ ଗ୍ରାମର ଯୁବକ ମାନେ ବାରମ୍ବାର ସତ୍ୟବାଦୀ ବିଦ୍ୟୁତ ଉପଖଣ୍ଡ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଇନଥିଲେ । ଯାହା ଫଳରେକି ଆଜି ଏହି ଦୁର୍ଘଟଣା ଘଟି ଯାଇଛି । ଖୋର୍ଦ୍ଧା ରାଉତପଡାକୁ ବେଣାକେରା ଗ୍ରାମରୁ ଏକ ଟାଟା ଏସି ଗାଡି ନଂ  ଓଡି, ୦୨. ଡ୍ୟୁ, ୮୯୫୩ ରେ ଛଣଲଦିକରି ଯାଉଥିଲା । ରାସ୍ତା ଉପରେ ଓହଳିକି ରହିଥିବା ବିଦ୍ୟୁତ ତାର ଛଣ ସହିତ ସଂଯୋଗ ହୋଇଯିବାରୁ ନିଆଁ ଜଳି ଉଠିଥିଲା । ସେ ସମୟରେ ଗ୍ରାମର ପିୟ ରଞ୍ଜନ ମହାପାତ୍ର ଏହା ଦେଖି ଗାଡି ଅଟକାଇବା ସହ ପାଟି କରି ଲୋକମାନଙ୍କୁ ଡାକପକାଇଥିଲେ  । ତାଙ୍କ ପାଟି ଶୁଣି ଗାଡିରେ ଲଦା ହୋଇଥିବା ଛଣକୁ ଗ୍ରାମର ନିରଞ୍ଜନ ରାଉତରାୟ, ଅନାଦି ରାଉତରାୟ, ଜିତେନ୍ଦ୍ର ରାଉତରାୟ, ମଣ୍ଟୁ ରାଉତରାୟ, ଅଜୟ ରାଉତରାୟ, ପ୍ରଭାତ ରାଉତରାୟ , ପ୍ରଦୀପ କୁମାର ରାଉତ, ବାଦଳ କୁମାର ରାଉତ ପ୍ରମୁଖ ସେଠାରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ଦ୍ୟମ କରିଥିଲେ ।  ଅଗ୍ନିଶମ ବିଭାଗ ଖବର ପାଇ ଦୁଇଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ । ଏ ସମ୍ପର୍କରେ ସାକ୍ଷୀଗୋପାଳ ବିଦ୍ୟୁତ ବିଭାଗ ଉପଖଣ୍ଡ ଅଧିକାରୀ ଦେବଦତ୍ତ ବିଶ୍ୱାଳଙ୍କୁ ପଚାରିବାରୁ ସେ କହନ୍ତି ଏହି ପରି ବିଭିନ୍ନ ଗ୍ରାମ ମାନଙ୍କରେ ବିଦ୍ୟୁତ ତାର ଓହଳିକି ରହିଛି । ଆମେ ଏ ସମ୍ପର୍କରେ ଉପରିସ୍ଥ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଦେଇଛୁ । ଏହି କାର୍ଯ୍ୟ ବେସରକାରୀ ବା ଠିକାଦାର କରିବେ ସେ କେବେ କରିବେ ତାହା ମୁଁ ଜାଣି ନାହିଁ ବୋଲି କହିଥିଲେ । ତେବେ ଏ ବିପଜ୍ଜନକ ସ୍ଥିତିରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ବିଭାଗୀୟ ଅଧିକାରୀ ଓ ଜିଲ୍ଲାପାଳ ନଜର ଦେବାକୁ ଜନସାଧାରଣରେ ଦାବି ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts