Breaking News

ଦୁର୍ଘଟଣାରେ ସାଇକେଲ୍ ଆରୋହୀ ମୃତ

କୁଜଙ୍ଗ---- କଟକ ପାରାଦ୍ୱୀପ ରାସ୍ତାର ବଳରାମପୁର ରାସ୍ତା ନିକଟରେ ଛତ୍ରପଡାର ରବିନ୍ଦ୍ର କୁମାର ଦାସ କୁଜଙ୍ଗ ବଜାରକୁ ଆସୁଥିବା ସମୟରେ ପଛ ପଟରୁ ଆସୁଥିବା ଏକ ଟାଟା ଏସି ଅଟୋ ରବିନ୍ଦ୍ରଙ୍କ ସାଇକେଲକୁ ଧକ୍କା ଦେଇଥିଲା । ଯାହା ଫଳରେ ରବିନ୍ଦ୍ର ଘଟଣା ସ୍ଥଳରେ ଗୁରୁତର ହୋଇ ପଡିଯାଇଥିଲେ । ରବିନ୍ଦ୍ରକୁ ସ୍ଥାନୀୟ ଲୋକେ କୁଜଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସିତ କରାଇଥିଲେ । ରବିନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି । ସେ ଜଣେ ଭଲ ରାଜମିସ୍ତ୍ରୀ ଭାବେ କୁଜଙ୍ଗ ଅଂଚଳରେ ଜଣାଶୁଣା ଥିଲେ । ରବିନ୍ଦ୍ରଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ କୁଜଙ୍ଗ ଅଂଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି । ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

Blog Archive

Popular Posts