କର୍ତ୍ତବରତ ସାମ୍ବାଦିକଙ୍କୁ ସର୍ବ ସାଧାରଣରେ ହତ୍ୟା ଧମକ; ଥାନାରେ ଅଭିଯୋଗ
ଡେଲାଙ୍ଗ--- ରାଜ୍ୟ ରେ ଦିନକୁ ଦିନ ସାମ୍ବାଦିକ ମାନଙ୍କୁ ଦିନକୁ ଦିନ ଆକ୍ରମଣ ବଡିବାରେ ଲାଗିଛି । ବଜାର, ଘାଟରେ, ଘର, ଅଫିସ ଏପରିକି ଜନସାଧାରଣଙ୍କ ସମ୍ମୁଖରେ ସାମ୍ବାଦିକ ମାନଙ୍କୁ ଗାଳି ଗୁଳଜ କରିବା ସହ ହତ୍ୟା ଧମକ ଦେବାକୁ ପଛାଉନାହାନ୍ତି । ଡେଲାଙ୍ଗ ବ୍ଳକର ପ୍ରମେୟ ଖବର କାଗଜର ସାମ୍ବାଦିକ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ୨୪ ତାରିଖ ଦିନ ପ୍ରଦୀପ କୁମାର ସାହୁ କଅଁଳପଡା ଗ୍ରାମର ସମସ୍ତଙ୍କ ଆଗରେ ଗାଳି ଗୁଳଜ କରିବା ସହ ଜୀବନରେ ମାରି ଦେବାକୁ ହତ୍ୟା ଧମକ ଦେଇଥିଲେ । ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ ଶ୍ରୀ ପଟ୍ଟନାୟକ କରିଥିବାର ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି