ଅଗ୍ନିକାଣ୍ଡରେ ଦୁଇ ବଖରା ଘର ପୋଡିଗଲା
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମର ମୁଣ୍ଡରେ ଥିବା ଦଳିତବସ୍ତିରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାର ଦୁଇ ବଖରା ଘର ପୋଡି ଯାଇଛି । ନଟିଆ ଭୋଇ, ପାକୁଆ ଭୋଇଙ୍କର ଘର ପୋଡି ଯାଇଥିବା ଜଣାପଡିଛି । ଅଗ୍ନିକାଣ୍ଡର କାରଣ ସଠିକ ଜଣାପଡି ନାହିଁ । ଚୁଳି ନିଆଁରୁ ଏହି ଅଗ୍ନିକାଣ୍ଡ ଘଟି ଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡରେ ପ୍ରାୟ ୫୦ ହଜାର ଟଙ୍କା ସମ୍ପତି ପୋଡି ଯାଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି । ଖବର ପାଇ ସତ୍ୟବାଦୀ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି