ରାଧାମୋହନ ଦେବ ଉଚ୍ଚ ବିଦ୍ୟାଳୟର୯୮ମସିହା ବ୍ୟାଚର ବନ୍ଧୁ ମିଳନ
ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର ରାଧାମୋହନ ଦେବ ଉଚ୍ଚ ବିଦ୍ୟାଳୟର ଗଙ୍ଗପୁର ପାଟଣାର ୧୯୯୮ ମସିହା ମାଟ୍ରିକ ବ୍ୟାଚର ଛାତ୍ର ଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ହୋଇଯାଇଛି । କଅଁଳପଡା ଗ୍ରାମ ଦେବୀ ବରାହୀ ଖଣ୍ଡୁଆଳ ଠାକୁରାଣୀଙ୍କ ପୀଠ ପରିସରରେ ଅନୁଷ୍ଠିତ ହୋଇଛି । ଅନୁଷ୍ଠିତ ସଭାରେ ଅବସରପାପ୍ତ ଶିକ୍ଷକ ଶ୍ୟାମ ସୁନ୍ଦର ପତିହାରୀ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଶିକ୍ଷକ ରବିନ୍ଦ୍ର କୁମାର ରାଉତରାୟ ଯୋଗଦେଇ ଆଜିର ବିଜ୍ଞାନ ଯୁଗରେ ଶିକ୍ଷା ବହୁ ଆଗେଇ ଯାଇଛି ବୋଲି କହିଥିଲେ । ଅତିଥି ପରିଚୟ ପଦାନକରି ଥିଲେ ସୁରେନ୍ଦ୍ର କୁମାର ବେହେରା । ସଭା ପରିଚାଳନା କରିଥିଲେ ଶରତ କୁମାର ମହାରଣା । ଶିକ୍ଷକ ସୀତା ରାମ ମହାନ୍ତି, ଅକ୍ଷୟ କୁମାର ଗିଲ, ବିଭୁତି ଭୂଷଣ ପଣ୍ଡା, କ୍ରୀଡା ଶିକ୍ଷକ ଆର୍ତ୍ତାତ୍ରାଣ ମହାନ୍ତି, ପବିତ୍ର ମୋହନ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ବନ୍ଧୁ ମିଳନରେ ୭୦ ଜଣ ପରିବାର ସହ ଯୋଗଦେଇଥିଲେ । ହାସ୍ୟ କଳାକାର ସ୍ମୃତି ରଞ୍ଜନ ମହାନ୍ତି ( ନଟିଆ) ଉପସ୍ଥିତ ରହି ନିଜର ହାସ୍ୟ ଅଭିନୟ ପରିବେଷଣ କରିଥିଲେ । ଶେଷରେ ସୟଦ ମହମ୍ମଦ ଧନ୍ୟବାଦ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି