Breaking News

ସାହିତ୍ୟାନୁଷ୍ଠାନର ମାସିକ ବୈଠକ

ବେଗୁନିଆ---ବେଗୁନିଆ ସାହିତ୍ୟାନୁଷ୍ଠାନର ମାସିକ ବୈଠକ ବେଗୁନିଆ ବ୍ଲକ ଅନ୍ତର୍ଗତ ଗୋଲାପାଟଣା ଗ୍ରାମର ଭଗବତ ମଣ୍ଡପରେ ଶନିବାର  ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି ।’’ ସାହିତ୍ୟ ଓ ସୌନ୍ଦର୍ଯ୍ୟବୋଧ ‘’ ଶୀର୍ଷକ ଏହି କବିତାପାଠ ଓ ଆଲୋଚନା ଚକ୍ରରେ ସାହିତ୍ୟାନୁଷ୍ଠାନର ଉପସଭାପତି  ପତିତପାବନ ବଳବନ୍ତରାୟ ପୌରୋହିତ୍ୟ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ସମ୍ପାଦକ ଦିବାକର ସାହୁ  କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ଦେବାପରେ ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ ସ୍ୱ ରଚିତ ଆବାହନୀ ସଙ୍ଗୀତ ଗାନ କରିଥିଲେ । ଏଥିରେ ଆରିକମା ହୋମିଓପାଥି ଚିକିତ୍ସାଳୟର ଡାକ୍ତର ଅମରେନ୍ଦ୍ରନାଥ ମହାପାତ୍ର ମୁଖ୍ୟ ଅତିଥି,ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁତି ଭୂଷଣ ମହାପାତ୍ର ମୁଖ୍ୟବକ୍ତା ଯୋଗଦେଇ ସାହିତ୍ୟରେ ରହିଥିବା ସୌନ୍ଦର୍ଯ୍ୟ ବୋଧତାର  ବିଭିନ୍ନ ଉଦାହରଣ ଦେଇଥିଲେ । ସାହିତ୍ୟ ମଣିଷ ହୃଦୟର ସୁନ୍ଦରତାକୁ ବିକାଶ କରିବା ପାଇଁ  ସାମର୍ଥ୍ୟ ରଖିଥାଏ । କବୟିତ୍ରୀ ପ୍ରତିମା ପ୍ରଧାନ,ପାର୍ବତୀ ସାହୁ,ସୁରେଖା ବେହେରା,କବି ଗୌର ଚରଣ ସାମନ୍ତସିଂହାର,ଜମ୍ବେଶ୍ୱର ମଙ୍ଗରାଜ,ପୂର୍ଣ୍ଣ ଚନ୍ଦ୍ର ପଣ୍ଡା,ମନୋଜ ମହାପାତ୍ର,ବସନ୍ତ କୁମାର ହୋତା,ରବୀନ୍ଦ୍ର ଛୋଟରାୟ,ହରିବନ୍ଧୁ ପଣ୍ଡା,ବ୍ରଜବନ୍ଧୁ ପଣ୍ଡା,ସତ୍ୟବାଦୀ ସାହୁ,ସୋମନାଥ ସାହୁ,ଦେବେନ୍ଦ୍ର ବିଷୋଇ,କଳ୍ପତରୁ ପଣ୍ଡା,ଲୋକନାଥ ସାହୁ,ମଙ୍ଗୁଳୀ  ପ୍ରଧାନ,ସିନ୍ଧାନ୍ତ କୁମାର ବିଷୋଇ,ବିକ୍ରମ କର,ସୁରେଶ କୁମାର ସାହୁ,ନମିତା କର,ଅଜାତଶତ୍ରୁ ମହାପାତ୍ର ଓ ଆଇନଜୀବୀ ମାନସ ରଞନ ମହାପାତ୍ର ପ୍ରମୁଖ କବିତାପାଠ  ଓ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଗାୟକ ହରିହର ମହାପାତ୍ର ଉଦଯାପନୀ ସଙ୍ଗୀତ ଗାନ କରିଥିବା ବେଳେ ସମାଜସେବୀ  ରାଜ କିଶୋର ସାହୁ  ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ସମାଜସେବୀ ଯୋଗେଶ୍ୱର ପଣ୍ଡା ପରିଚାଳନା କରିଥିଲେ ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts